ଭୁବନେଶ୍ୱର :ରାଜଧାନୀରେ ଗତ ମାସରେ ୧୦ ଜଣ ବାଂଲାଦେଶୀ ଗିରଫ ଘଟଣାରେ ଦଲାଲର ଠିକଣା ମିଳୁଛି ଏବଂ ମାଷ୍ଟରମାଇଣ୍ଡ ଦଲାଲ ଜଗଦୀଶ ଦାସର ଠିକଣା ବଂଲାଦେଶୀ ଆସିବାକୁ ୩୫ ହଜାର , ଫେରିବାକୁ ୩୦ ହଜାର ନେଉଥିଲା ଏହି ଦଲାଲ । ଅଭିଯୁକ୍ତ ଏମଡି ହାସିନ ରିମାଣ୍ଡରେ ଆଣି ଘାଣ୍ଟିଛି ଏସଟିଏଫ । ଏହି ଜେରା ବେଳେ ଦଲାଲର ଠିକଣା ଦେଇଛି ମାଷ୍ଟର ମାଇଣ୍ଡ । ରିମାଣ୍ଡ ଅବଧି ଭିତରେ ଅଭିଯୁକ୍ତ କହିଛି ବାଂଲାଦେଶୀ ଚାଲାଣର ଭିତରି କଥା । ବାଂଲାଦେଶୀ ବୋର୍ଡର ଦେଇ ଆସାମ ରାସ୍ତାରେ ଓଡିଶା ଆସୁଥିଲେ ଅଭିଯୁକ୍ତ । ଏବଂ ସୁରକ୍ଷା ବ୍ୟବସ୍ଥାରେ ଟିକିଏ କୋହଳ ହେବା ସମୟରେ ଯାତ୍ରୀମାନଙ୍କୁ ବୋର୍ଡର ପାସ କରାଯାଉଥିଲା ।