29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମୃତ ଚାଷୀ ଶୁଭକରନଙ୍କ ପରିବାରକୁ ମିଳିବ ୧କୋଟି ଓ ସାନ ଭଉଣୀଙ୍କୁ ଦିଆଯିବ ସରକାରୀ ଚାକିରି

ମୃତ ଚାଷୀ ଶୁଭକରନଙ୍କ ପରିବାରକୁ ମିଳିବ ୧କୋଟି ଓ ସାନ ଭଉଣୀଙ୍କୁ ଦିଆଯିବ ସରକାରୀ ଚାକିରି

ଚଣ୍ଡିଗଡ଼ : ପଞ୍ଜାବ-ହରିୟାଣା ସୀମାରେ କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ଯୁବ କୃଷକ ଶୁଭକରନ ସିଂହଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ପଞ୍ଜାବ ସରକାର। ମୃତ ଚାଷୀଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ତାଙ୍କ ସାନ ଭଉଣୀଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ସାମାଜିକ ଗଣମାଧ୍ୟମ ଜରିଆରେ ମାନ୍ କହିଛନ୍ତି ଯେ, ‘‘ପଞ୍ଜାବ ସରକାର ମୃତ କୃଷକ ଶୁଭକରନଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଶୁଭକରନଙ୍କ ସାନ ଭଉଣୀଙ୍କୁ ପଞ୍ଜାବ ସରକାର ଚାକିରି ଦେବା ସହ ଅପରାଧୀଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’ ସୂଚନାଯୋଗ୍ୟ, ପଞ୍ଜାବ-ହରିୟାଣା ସୀମାରେ ଗତ ୧୦ଦିନ ଧରି ଏମଏସପି ତଥା ଅନ୍ୟାନ୍ୟ ଦାବି ଉପରେ କୃଷକମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି। ଏହି ଆନ୍ଦୋଳନ ସମୟରେ ଶୁଭକରନଙ୍କ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking