29.1 C
Bhubaneswar
Monday, June 30, 2025
Homeଅପରାଧଯୁବକଙ୍କ ବିଭିନ୍ନ କ୍ରେଡିଟ୍ କାର୍ଡ଼ରୁ ନେଇଗଲେ ୧.୫୮ଲକ୍ଷ

ଯୁବକଙ୍କ ବିଭିନ୍ନ କ୍ରେଡିଟ୍ କାର୍ଡ଼ରୁ ନେଇଗଲେ ୧.୫୮ଲକ୍ଷ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ରାମନଗର ଅଞ୍ଚଳର ଜଣେ ଯୁବକ ମହମ୍ମଦ ଅହିତ ସାମୁଏଲ ହକଙ୍କ ନାମଙ୍କ ଜଣେ ଯୁବକ ସାଇବର ଠକଙ୍କ ଶିକାର ହୋଇଛନ୍ତି । ତାଙ୍କ ବିଭିନ୍ନ ବ୍ୟାଙ୍କର କ୍ରେଡିଟ କାର୍ଡ଼ରୁ ୧ଲକ୍ଷ ୫୮ ହଜାର ୮୫୧ ଟଙ୍କା ସାଇବର ଠକମାନେ ଠକି ନେଇଥିବା ସେ ବ୍ରହ୍ମପୁର ସାଇବର ଥାନରେ ଅଭଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ନେଇ ପୁଲିସ କେସ୍ ନଂ ୧୬/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୨ତାରିଖରେ ମହମ୍ମଦ ଅହିତ ସାମୁଏଲ ହକ ମହମ୍ମଦ ସାମୁଏଲ କୌଣସି କାମରେ ଭଞ୍ଜନଗର ଯାଇଥିଲେ । ସେଠାରେ ତାଙ୍କ ଫୋନକୁ ଏକ କଲ ଆସିଥିବା ବେଳେ ବ୍ୟକ୍ତି ଜଣଙ୍କ ନିଜକୁ ଜଣେ ଏକ୍ସସିସ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇଥିଲେ ।

ଏବଂ ଅନଲାଇନ ଜରିଆରେ ବ୍ୟାଙ୍କର ସମସ୍ତ ସମସ୍ୟାର ସମାଧନ ସେ କରିବେ ବୋଲି କହିଥିଲେ । ପରେ ତାଙ୍କ ମୋବାଇଲକୁ ଏକ ଲିଙ୍କ ଆସିଥିଲା । ସେ ଉକ୍ତ ଲିଙ୍କକୁ କ୍ଲିକ କରି ମୋବାଇଲଟିକୁ ନିଜ ପ୍ୟାଣ୍ଟ ପକଟରେ ରଖି ବ୍ରହ୍ମପୁର ଆସିଯାଇଥିଲେ । ଘରେ ପହଞ୍ଚି ସେ ନିଜର ମୋବାଇଲକୁ ଦେଖିବା ବେଳେ ତାଙ୍କ ବିଭିନ୍ନ ଏକାଉଣ୍ଟର କ୍ରେଡିଟ କାର୍ଡ ଜରିଆରେ ୬ ଥରରେ ୧ ଲକ୍ଷ ୫୮ହଜାର ୮୫୧ ଟଙ୍କା ନେଇଯାଇଥିଲେ । ସାଇବର ଠକେଇର ଶିକାର ହୋଇଥିବା ଜଣାପଡିବା ପରେ ସେ ଏନେଇ ବ୍ରହ୍ମପୁର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking