24.1 C
Bhubaneswar
Wednesday, April 16, 2025
Homeଦେଶ ବିଦେଶମେ’ମାସରେ ଜିଏସଟି ଆଦାୟ ୧.୫୭ ଲକ୍ଷ କୋଟି, ଗତବର୍ଷ ମେ’ମାସ ତୁଳନାରେ ୧୨ ପ୍ରତିଶତ ଅଧିକ

ମେ’ମାସରେ ଜିଏସଟି ଆଦାୟ ୧.୫୭ ଲକ୍ଷ କୋଟି, ଗତବର୍ଷ ମେ’ମାସ ତୁଳନାରେ ୧୨ ପ୍ରତିଶତ ଅଧିକ

ନୂଆଦିଲ୍ଲୀ:ସରକାର ମେ’ମାସରେ ୧.୫୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ କରିଛନ୍ତି । ଏହା ଗତବର୍ଷ ମେ’ମାସ ତୁଳନାରେ ୧୨ ପ୍ରତିଶତ କମ୍ ବୋଲି କୁହାଯାଇଛି । ଗତବର୍ଷ ମେ’ମାସରେ ୧.୪୦ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ କରାଯାଇଥିଲା । ସେହିଭଳି ଚଳିତ ବର୍ଷ ଏପ୍ରିଲ ମାସରେ ୧.୮୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା ।

ଅର୍ଥ ମନ୍ତ୍ରଣାଳୟ କହିଛି କି, ୨୦୨୩ ମସିହା ମେ’ମାସରେ ଜିଏସଟି ଆଦାୟ ୧ଲକ୍ଷ ୫୭ ହଜାର ୯୦ କୋଟି ଟଙ୍କା ରହିଛି । ଏଥିରୁ ସିଜିଏସଟି ୨୮,୪୧୧ କୋଟି, ଏସଜିଏସଟି ୩୫,୮୨୮ କୋଟି, ଆଇଜିଏସଟି ୮୧,୩୬୩ କୋଟି ଓ ସେସ୍ ୧୧,୪୮୯ କୋଟି ଟଙ୍କା ରହିଛି ।ଯଦି ଆମେ ୨୦୨୨-୨୩ ଆର୍ଥିକ ବର୍ଷକୁ ଦେଖିବା ତେବେ ମୋଟ ୧୮.୧୦ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଏହି ଆଧାରରେ ପ୍ରତିମାସରେ ହାରାହାରି ଜିଏସଟି କଲେକସନ ୧.୫୧ ଲକ୍ଷ କୋଟି ଟଙ୍କା । ସେହିଭଳି ଆର୍ଥିକ ବର୍ଷ ୨୦୨୨-୨୩ ରେ ଜିଏସଟି ଗ୍ରସ ରେଭିନ୍ୟୁ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୨ ପ୍ରତିଶତ ଅଧିକ କଲେକସନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking