ଯାଜପୁର : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅଧିନ ମଙ୍ଗରାଜପୁର ପଂଚାୟତ ଛକରୁ ଲଙ୍କା ବାଲିସାହି ୨.୫ ମିଟର ରାସ୍ତା ଢଳାଇ କରାଯାଇଥିଲା । ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବାରୁ ବନ୍ୟା ଜଳ ସ୍ରୋତ ରେ ଢଳାଇ ଖଣ୍ଡ ଖଣ୍ଡ ହୋ ଭାଙ୍ଗିଯାଇଛି । ରାସ୍ତା କେତକ ସ୍ଥାନରେ ମାଟି ତାଡି ହୋଇ ଢ଼ଳେଇ ସହ ଭାସିଯାଇଛି । ଏହି ରାସ୍ତା ନିର୍ମାଣ ପାଇଁ ଦେଢ଼ କୋଟି ଟଙ୍କା ରୁ ବ୍ୟୟ ବରାଦ କରାଯାଇ ଠିକାଦାର ଜରିଆରେ ଦେଢ଼ ମାସ ତଳେ ସମ୍ପୂର୍ଣ କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ରାସ୍ତା ନିର୍ମାଣ ନାଁ ରେ ହଟିଲୁଟ କରିନେଇଥିବା ପଂଚାୟତ ବାସୀ ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ କରି ପୁନ ନିର୍ମାଣ ପାଇଁ ଦାବି ହୋଇଛି ।