30.1 C
Bhubaneswar
Wednesday, April 24, 2024
Homeଆଇପିଏଲ୍ -2022କ୍ୟୁରେଟର୍ ଓ ଗ୍ରାଉଣ୍ଡ୍‌ଷ୍ଟାଫ୍‌ଙ୍କୁ ୧.୨୫ କୋଟି ପୁରସ୍କାର

କ୍ୟୁରେଟର୍ ଓ ଗ୍ରାଉଣ୍ଡ୍‌ଷ୍ଟାଫ୍‌ଙ୍କୁ ୧.୨୫ କୋଟି ପୁରସ୍କାର

ମୁମ୍ବାଇ: ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣର ସଫଳ ଆୟୋଜନ ପରେ ବିସିସିଆଇ ୬ଟି ଭେନ୍ୟୁର କ୍ୟୁରେଟର୍ ଓ ଗ୍ରାଉଣ୍ଡ୍‌ଷ୍ଟାଫ୍‌ଙ୍କ ସକାଶେ ୧.୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି । ପ୍ରଥମ ଥର ପାଇଁ ବିସିସିଆଇ ପକ୍ଷରୁ ଏପରି ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଏନେଇ ସୋମବାର ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣର ଲିଗ୍ ମ୍ୟାଚ୍‌ଗୁଡ଼ିକ ମୁମ୍ବାଇର ବ୍ରାବୋର୍ଣ୍ଣ ଓ ୱାଙ୍ଖେଡେ ଷ୍ଟାଡିୟମ୍‌, ନଭୀ ମୁମ୍ବାଇର ଡ. ଡିୱାଇ ପାଟିଲ୍ ଷ୍ଟାଡିୟମ୍ ଏବଂ ପୁଣେର ଏମ୍‌ସିଏ ଷ୍ଟାଡିୟମ୍ ସହ କୋଲ୍‌କାତାର ଇଡେନ୍ ଗାର୍ଡେନ୍ସ ଓ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ଠାରେ ଖେଳାଯାଇସାରିଛି ।

ଟୁର୍ଣ୍ଣାମେଣ୍ଟ୍‌ର ସଫଳ ଆୟୋଜନ ପଛରେ କ୍ୟୁରେଟର୍ ଓ ଗ୍ରାଉଣ୍ଡଷ୍ଟାଫ୍‌ଙ୍କର ପ୍ରଚ୍ଛନ୍ନ ଭୂମିକା ରହିଥିବାରୁ ସେମାନଙ୍କ ସକାଶେ ଏହି ପୁରସ୍କାର ରାଶି ଘୋଷଣା କରାଯାଇଥିବା ଶାହ କହିଛନ୍ତି । ଏଥି ମଧ୍ୟରୁ ୱାଙ୍ଖେଡେ, ବ୍ରାବୋର୍ଣ୍ଣ, ଡିୱାଇ ପାଟିଲ୍ ଓ ଏମ୍‌ସିଏ ଷ୍ଟାଡିୟମ୍‌ର କ୍ୟୁରେଟର୍ ଓ ଗ୍ରାଉଣ୍ଡ୍‌ଷ୍ଟାଫ୍ ୨୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ଇଡେନ୍ ଗାର୍ଡେନ୍ସ ଓ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ କ୍ୟୁରେଟର୍ ଓ ଗ୍ରାଉଣ୍ଡ୍‌ଷ୍ଟାଫ୍ ସାଢ଼େ ୧୨ ଲକ୍ଷ ଟଙ୍କା ଲେଖାଏଁ ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking