28.1 C
Bhubaneswar
Sunday, July 13, 2025
Homeଓଡିଶା୨୪ ତାରିଖରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ କାର୍ଡ; ୩୧ରେ ଓଟିଇଟି ପରୀକ୍ଷା

୨୪ ତାରିଖରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ କାର୍ଡ; ୩୧ରେ ଓଟିଇଟି ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ବୋର୍ଡ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ହେଉଥିବା ଏହି ପରୀକ୍ଷା ଦୁଇଟି ପେପର୍‌ରେ ହେବ। ଓଟିଇଟି ପେପର-୧ ପରୀକ୍ଷା ସକାଳ ୮ଟାରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତହେବ। ସେହିପରି ପେପର-୨ ପରୀକ୍ଷା ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୨ଟାପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଲାଗି ଫର୍ମପୂରଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କଆଡମିଟ୍ କାର୍ଡ ଆସନ୍ତା ୨୪ତାରିଖରୁ ବୋର୍ଡ ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍ କରି ପାଇପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ପରୀକ୍ଷା ପାଇଁ ସହାୟକ ଆବଶ୍ୟକକରୁଥିବା ଭିନ୍ନକ୍ଷମ ପରୀକ୍ଷାର୍ଥୀମାନେ ପରୀକ୍ଷାର ୫ ଦିନ ପୂର୍ବରୁ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍ ଙ୍କୁ ଆବଶ୍ୟକ ପ୍ରମାଣପତ୍ର ସହ ସାକ୍ଷାତ କରି ଜଣାଇବେ ବୋଲି କୁହାଯାଇଛି । ଉଲ୍ଲେଖଥାଉ କି, ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ ସ୍ଟିଇଟି) ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ।

ସୂଚନାମୁତାବକ କିଛି ଦିନ ତଳେ କଟକ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ତଥା ସ୍ପେଶାଲ ଓଟିଇଟି-୨୦୨୨ ପରୀକ୍ଷାଫଳ ପ୍ରକାଶ ପାଇଛି। ୩୧, ୪୯୨ଜଣ ଛାତ୍ରଛାତ୍ରୀ ଓଟିଇଟି-୨୦୨୨ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୬,୧୭୧ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓଟିଇଟି-୨୦୨୨ପରୀକ୍ଷାରେ ୪୯.୮୪ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଏଥି ପାଇଁ ଗତ ଅଗଷ୍ଟ ୨୨ରେ ଏହି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking