22.1 C
Bhubaneswar
Friday, January 10, 2025
Homeଓଡିଶା୨୨ରୁ ବର୍ଷା ହେବାର ସମ୍ଭାବନା !

୨୨ରୁ ବର୍ଷା ହେବାର ସମ୍ଭାବନା !

ଭୁବନେଶ୍ୱର : ଗ୍ରୀଷ୍ମପ୍ରବାହ ଯୋଗୁଁ ସାରା ରାଜ୍ୟ ଜଳୁଥିଲା। ତାତିରେ ଆଉଟୁପାଉଟୁ ହେଉଥିଲେ ରାଜ୍ୟବାସୀ। ସୋମବାରଠାରୁ ଉପକୂଳରେ ତାତିି କମିଛି । କିନ୍ତୁ ପଶ୍ଚିମ ଓଡ଼ିଶାକୁ ତାତିରୁ ନିସ୍ତାର ମିଳୁନାହିଁ । ମଙ୍ଗଳବାର ପଶ୍ଚିମ ଓଡ଼ିଶାର ୧୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ୪୨.୧ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ରହିଛି।

ଝାରସୁଗୁଡ଼ା ଏବଂ ଟିଟିଲାଗଡ଼ରେ ପାରଦ ୪୨ ଡିଗ୍ରୀ ରେକର୍ଡ ହୋଇଛି। ଉପକୂଳରେ ୪୦ ଡିଗ୍ରୀ ତଳେ ପାରଦ ରହିଛି। ବୁଧବାରଠାରୁ ରାଜ୍ୟରେ ସପ୍ତାହେ ବ୍ୟାପି ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ମଧ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି।

ସମ୍ପ୍ରତି ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ଆସିବା ପୂର୍ବରୁ ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି । ପାଗ ବଦଳିବା ସହିତ ତାପମାତ୍ରା ଆହୁରି କମିବ। ଦକ୍ଷିଣ ଓଡିଶାର ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଥିବା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଟ୍ବିଟ କରି ସୂଚନା ଦେଇଛି।

୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ଥିବାରୁ ୩ଦିନ ଧରି ବର୍ଷା ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବଢିବ ବର୍ଷାର ପରିମାଣ । ୨୨ରୁ ଉପକୂଳର ଅଧିକାଂଶ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣ ବର୍ଷାର ସମ୍ଭାବନା ରହିଛି ।

ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ବର୍ଷା ୭ରୁ ୧୧ ସେଣ୍ଟିମିଟର ହେବାର ସମ୍ଭାବନା ରହିଛି। ଏହି ସମୟରେ ମୌସୁମୀ ରାଜ୍ୟକୁ ଛୁଇଁବାର ସମ୍ଭାବନା ରହିଛି । ୨୩ ଏବଂ ୨୪ରେ ରାଜ୍ୟର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ୭ ରୁ ୨୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking