32.1 C
Bhubaneswar
Friday, June 28, 2024
Homeଓଡିଶା୧୫ ପରେ ଓଡ଼ିଶା ଛୁଇଁବ ମୌସୁମୀ

୧୫ ପରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର: ଏଥର ରଜ ରୌଦ୍ରଯୁକ୍ତ ରହିବ। ସାଧାରଣତଃ ରଜ ବେଳକୁ ପ୍ରାକ୍ ମୌସୁମୀ ଓଡ଼ିଶା ଛୁଇଁ ସାରିଥିବାରୁ ପାଗ କୋହଲା ତଥା ଆରାମଦାୟକ ଥାଏ। ମାତ୍ର ଏଥର ମୌସୁମୀ ପ୍ରବେଶ ଓଡ଼ିଶା ଲାଗି ବିଳମ୍ବ ହେବ। ଆସନ୍ତା ୧୫ ତାରିଖ ପରେ ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା ରହିଛି। ତେବେ ଏନେଇ ଏବେ ସ୍ପଷ୍ଟତା ଆସିନି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଏନେଇ ସ୍ପଷ୍ଟ ଚିତ୍ର ଆସିପାରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ତେଣୁ ଚଳିତବର୍ଷ ନିଦାଘରେ ରଜ ପାଳନ ହେବ। କାରଣ ପାଣିପାଗ ଆକଳନ କହୁଛି ଆଗାମୀ ୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ। ପ୍ରବଳ ତାତି ଓ ଅସହ୍ୟ ଗୁଳିଗୁଳିରେ ଯଥାକ୍ରମେ ପଶ୍ଚିମ, କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶା ଘାଣ୍ଟି ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ସପ୍ତା‌େ‌ହ ବିଳମ୍ବରେ କେରଳ ଛୁଇଁଛି। ସ୍ବାଭାବିକ ଭାବେ ଜୁନ ୧ରେ ମୌସୁମୀ କେରଳ ଛୁଇଁଥାଏ; କିନ୍ତୁ ଏଥର ଜୁନ ୮ରେ ପ୍ରବେଶ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking