ଗୁରୁଗ୍ରାମ : ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜାଙ୍କ ମିଳିଲା ମୃତଦେହ । ହତ୍ୟାର ୧୧ ଦିନ ପରେ ହରିୟାଣାର ଏକ କେନାଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ପୁଲିସ ମୃତଦେହକୁ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ପୋଲିସ କହିବା ଅନୁଯାୟୀ, ଟୋହନା କେନାଲରୁ ମିଳିଛି ଦିବ୍ୟା ପାହୁଜାଙ୍କ ମୃତଦେହ । ମୃତଦେହଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି ।
ଗୁରୁଗ୍ରାମ ଏବଂ ପଞ୍ଜାବ ପୋଲିସ ସହିତ ଏନଡିଆରଏଫ ଟିମ୍ ପଟିଆଲା ଠାରୁ ଖାନୌରୀ ସୀମା ପର୍ୟ୍ୟନ୍ତ କେନାଲରେ ମୃତଦେହ ଖୋଜୁଥିଲେ । କିନ୍ତୁ ହରିୟାଣାର ଟୋହନା କେନାଲରୁ ଦିବ୍ୟା ପାହହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହକୁ କେନାଲରୁ ବାହାର କରିବା ପରେ ପୋଲିସ ଏହାର ଏକ ଫଟୋ ପଠାଇ ଦିବ୍ୟାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ପଠାଇ ଦେଇଥିଲା ।
ଏହି ମାମଲାର ଅଭିଯୁକ୍ତ ବଲରାଜଙ୍କ ନିର୍ଦ୍ଦେଶରେ ୧୧ ଦିନ ପରେ ଦିବ୍ୟାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ପୋଲିସର ୬ଟି ଟିମ୍ ଏହି ମାମଲାର ତଦନ୍ତ କରୁଛି । ପୋଲିସ କହିବା ମୁତାବକ, ଦିବ୍ୟାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପଞ୍ଜାବର ଏହି କେନାଲଙ୍କୁ ଫିଙ୍ଗା ଯାଇଥିଲା । ପରେ ମୃତଦେହଟି ଭାସି ଭାସି ହରିୟାଣା କେନାଲକୁ ଆସିଥିଲା । ମୃତଦେହ ଖୋଜିବା ପାଇଁ ପଞ୍ଜାବରୁ ହରିୟାଣା ପର୍ୟ୍ୟନ୍ତ ପୁଲିସ ଖୋଜାଖୋଜି କରିଥିଲା, ପରେ ଟୋହନା କେନାଲରୁ ମୃତଦେହକୁ ଉଦ୍ଧାର କରାଯାଇଛି।
ସୂଚନା ଥାଉକି, କିଛି ଦିନ ପୂର୍ବେ ଦିବ୍ୟା ପାହୁଜା ହତ୍ୟାକାଣ୍ଡ ମାମଲାରେ ନୂଆ ଖୁଲାସ ହୋଇଥିଲା । ଅଭିଯୁକ୍ତ ବଲରାଜଙ୍କୁ ପୁଲିସ ଗିରଫ କରିବା ପରେ ଦିବ୍ୟାଙ୍କ ମୃତଦେହକୁ କେନାଲରେ ଫିଙ୍ଗା ଯାଇଥିବା ନେଇ ସୂଚନା ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ଅଭିଜିତଙ୍କ ଘନିଷ୍ଠ ବଲରାଜ ଗିଲ୍ଙ୍କୁ ପୁଲିସ ଗୁରୁବାର ଦିନ ପଶ୍ଚିମବଙ୍ଗ ବିମାନବନ୍ଦରରୁ ଗିରଫ କରିଥିଲା ।