ଭୁବନେଶ୍ୱର : କବିସୂର୍ଯ୍ୟନଗର ସଭାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ମନ୍ତବ୍ୟ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ । ଏବଂ କହିଲେ ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ରଖିଛନ୍ତି , ତେବେ କେଉଁଠି ରଖିଛନ୍ତି ଶିଘ୍ର କାଢନ୍ତୁ । ୧୦ ତାରିଖ ସୁଦ୍ଧା ପାଣ୍ଡିଆନ୍ ବାବୁ ରତ୍ନଭଣ୍ଡାର ଚାବି କାଢନ୍ତୁ । ଯଦି ଏପରି ନ କରିବେ ତେବେ ଜୁନ୍ ୧୦ ପରେ ବିଜେପି ସରକାର ଆସିବ , ଆମେ ସେ ଚାବି କାଢିବୁ । ପୁରୀରେ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୪ ଦ୍ୱାର ଖୋଲିବୁ । ରତ୍ନଭଣ୍ଡାର ସମ୍ପର୍କରେ ନ୍ୟାୟିକ ତଦନ୍ତ ହେଲା କିନ୍ତୁ ରିପୋର୍ଟ ସାର୍ବଜନୀନ ହେଉନି । ଲୋକଙ୍କ ଇମୋସନ୍ ସହ ନ ଖେଳି ତୁରନ୍ତ ରତ୍ନଭଣ୍ଡାର ଚାବି ଦିଅ । ନଚେତ୍ ଜଗନ୍ନାଥଙ୍କ ଅଭିଶାପରୁ ଦଣ୍ଡିତ ହେବ ବୋଲି କହିଲେ ହିମନ୍ତ ବିଶ୍ୱଶର୍ମା ।