26.1 C
Bhubaneswar
Tuesday, September 17, 2024
Homeଓଡିଶାସ୍ୱାଧିନତାର ୭୬ ବର୍ଷ ପରେ ଗୁରେଜ୍ ସେକ୍ଟରରେ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ

ସ୍ୱାଧିନତାର ୭୬ ବର୍ଷ ପରେ ଗୁରେଜ୍ ସେକ୍ଟରରେ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ

ଶ୍ରୀନଗର:  ସ୍ୱାଧିନତା ପ୍ରାପ୍ତିର ଦୀର୍ଘ ୭୬ ବର୍ଷ ପରେ ପ୍ରଥମ ଥର ଜମ୍ମୁ-କଶ୍ମୀରର ବାନ୍ଦିପୋରା ଜିଲ୍ଲା ଅନ୍ତର୍ଗତ ଗୁରେଜ୍ ସେକ୍ଟରକୁ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରାଯାଇଛି । ପାକିସ୍ତାନ ସୀମା ସଂଲଗ୍ନ ଏହା ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବାବେଳେ ଏଠାକୁ ଏପର୍ଯ୍ୟନ୍ତ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ସମ୍ଭବ ହୋଇପାରିନଥିଲା । ରବିବାର କଶ୍ମୀର ପାୱାର ଡିିଷ୍ଟ୍ରିବ୍ୟୁସନ କର୍ପୋରେସନ ଲିମିଟେଡ୍ ତରଫରୁ ୩୩ କେଭି ଲାଇନ୍ ଯୋଗେ ଗୁରେଜ୍ ସେକ୍ଟରକୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି ।

ଏପର୍ଯ୍ୟନ୍ତ ଡିଜେଲ ଚାଳିତ ଜେନେରେଟର ସାହାଯ୍ୟରେ ସେଠାରେ ବିଦ୍ୟୁତ୍ ବ୍ୟବସ୍ଥା ଚାଲିଆସୁଥିଲା । ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏହାକୁ ଏକ ଐତିହାସିକ ଦିନଭାବେ ବର୍ଣ୍ଣନା କରିବା ସହ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଦ୍ୱାରା ଗୁରେଜ୍ ସେକ୍ଟରର ୧୫୦୦ ବାସିନ୍ଦା ଉପକୃତ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking