35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ‘ଯୁବଶକ୍ତିଙ୍କ ଦ୍ୱାରା ହିଁ ଭାରତ ନମ୍ବର ୱାନ୍ ଦେଶ ହେବ’

‘ଯୁବଶକ୍ତିଙ୍କ ଦ୍ୱାରା ହିଁ ଭାରତ ନମ୍ବର ୱାନ୍ ଦେଶ ହେବ’

ନୂଆଦିଲ୍ଲୀ: ଦେଶ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଆଗାମୀ ଦିନରେ ଭାରତ ପାଖକୁ ଦୁନିଆ ଆସିବ । ଦେଶ ଧୀରେ ଧୀରେ ବୃହତ୍ତମ ଅର୍ଥନୀତିର ଦେଶ ଆଡ଼କୁ ଗତି କରୁଛି । ଦୁନିଆର ଏମିତି କୌଣସି ଶକ୍ତି ନାହିଁ, ଯାହା ଭାରତକୁ ପଛରେ ରଖିପାରିବ । କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ । ଯୁବଶକ୍ତିଙ୍କ ଦ୍ୱାରା ହିଁ ଭାରତ ଦୁନିଆର ୧ ନମ୍ବର ଦେଶ ହେବ ବୋଲି ରବିବାର ନୂଆଦିଲ୍ଲୀ ଠାରେ ସଂକଳ୍ପ ପରିବାର ଦ୍ୱାରା ଆୟୋଜିତ ଗୁରୁ ସମ୍ମାନ ଏବଂ ଅଭିନନ୍ଦନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସମାରୋହରେ ଉପସ୍ଥିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ ସଫଳତା ପାଇଥିବା ଯୁବସାଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ଆମ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆପଣମାନଙ୍କ ହାତରେ ଏହି ଗୁରୁ ଦାୟିତ୍ୱ ରହିଛି ।

ପ୍ରଶାସକ ହେବାକୁ ଥିବା ଯୁବବନ୍ଧୁମାନେ ନୂଆପିଢିର ପ୍ରେରଣାର ସ୍ରୋତ । ଯେଉଁମାନେ ପ୍ରଶାସନିକ କ୍ଷେତ୍ରରେ ଯୋଗ ଦେଉଛନ୍ତି ସେମାନେ କାର୍ଯ୍ୟକ୍ଷେତ୍ରରେ ମୂଳ ବିଷୟ ସହ ଯୋଡ଼ି ହୁଅନ୍ତୁ ଏବଂ ନିଜ ଏକାଗ୍ରତା ଜାରୀ ରଖିବା ସହ ଆସୁଥିବା ବାଧାବିଘ୍ନକୁ ସାମ୍ନା କରନ୍ତୁ । ସମସ୍ତେ ବୈଶ୍ୱିକ ସମାଧାନର ରାସ୍ତା କରିବା ପାଇଁ ବ୍ରତୀ ରହିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ଷେତ୍ରରେ ମାତୃଭାଷାକୁ ସବୁବେଳେ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ଯୁବଶକ୍ତିଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହି ସମାରୋହରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡା. ବିରେନ୍ଦ୍ର କୁମାର, ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking