ଭୁବନେଶ୍ୱର: ମନମୋହନ ସାମଲଙ୍କ ମନ୍ତବ୍ୟକୁ ବିଜେଡିର କାଉଣ୍ଟର । ‘ଅଭିଶପ୍ତ ୨୪ ବର୍ଷର ଓଡିଶା’ ମନ୍ତବ୍ୟକୁ ନେଇ ଜବାବ ଦେଇଛନ୍ତି ମନ୍ତ୍ରୀ । ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ମନମୋହନ ବି ଅତୀତରେ ୯ ବର୍ଷ ସରକାରରେ ଥିଲେ । ସମସ୍ତେ କହୁଛନ୍ତି ବୋଲି ସେ ବି କହୁଛନ୍ତି । ପୁରୁଣା କଥା ଏବେ ଭୁଲିଗଲେଣି ବୋଲି ଦେବୀ ମିଶ୍ର କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ନୀତି ଆୟୋଗ ଗତକାଲି ଆମକୁ ପ୍ରଶଂସା କରିଛି । ମୋଦୀ ହୁଅନ୍ତୁ କି ମନମୋହନ ସରକାର ନବୀନ ସରକାରକୁ ପ୍ରଶଂସା କରିଛନ୍ତି ।