34.1 C
Bhubaneswar
Friday, September 20, 2024
Homeଖେଳଭାରତ ହାରିଲେ ବାଂଲା କ୍ରିକେଟରଙ୍କ ସହ ଡେଟ୍‌ରେ ଯିବେ ପାକିସ୍ତାନୀ ଅଭିନେତ୍ରୀ

ଭାରତ ହାରିଲେ ବାଂଲା କ୍ରିକେଟରଙ୍କ ସହ ଡେଟ୍‌ରେ ଯିବେ ପାକିସ୍ତାନୀ ଅଭିନେତ୍ରୀ

ପୁନେ: ଗତ ଶନିବାର ବିଶ୍ୱକପ୍ କ୍ରିକେଟ୍ ମ୍ୟାଚରେ ଭାରତ ୭ ୱିକେଟ୍‌ରେ ପାକିସ୍ତାନକୁ ହରାଇଥିଲା । ଫଳରେ ରୋହିତ ଶର୍ମାଙ୍କ ଦଳ ୭ ବିକେଟରେ ବିଜୟୀ ହୋଇଥିଲା । ବିଶ୍ୱକପରେ ପାକିସ୍ତାନ ଏପର୍ଯ୍ୟନ୍ତ ଖେଳିଥିବା ୩ଟି ମ୍ୟାଚରୁ ମାତ୍ର ଗୋଟିଏରେ ପରାଜୟ ବରଣ କରିଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ଆଗକୁ ଯିବାର କ୍ଷମତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପାକିସ୍ତାନକୁ ଏବେ ପୁଣି ଥରେ ଭାରତକୁ ଭେଟିବାକୁ ହେଲେ ଅତିକମରେ ସେମିଫାଇନାଲ୍ ଖେଳିବାକୁ ପଡ଼ିବ ବୋଲି କୁହାଯାଉଛି ।

ଏହି ସମୟରେ ଗୁରୁବାର ଭାରତ ବିପକ୍ଷ ମ୍ୟାଚରେ ବାଂଲାଦେଶ ତା’ର ପରାଜୟର ପ୍ରତିଶୋଧ ନେବ ବୋଲି ପାକିସ୍ତାନର ଜଣେ ଅଭିନେତ୍ରୀ ଆଶା ରଖିଛନ୍ତି । ସେହାର ଶିନବାରୀ ନାମରେ ପରିଚିତ ଏହି ଅଭିନେତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବର ଟ୍ୱିଟର)ରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ବାଂଲାଦେଶ ବିଶ୍ୱକପ୍ ମୁକାବିଲାରେ ଭାରତକୁ ହରାଇବାରେ ସଫଳ ହୁଅନ୍ତି ତେବେ ସେ ବାଂଲାଦେଶ କ୍ରିକେଟରଙ୍କ ସହ ଡେଟରେ ଯିବେ । ଏଥବରେ ସେୁ ଉଲ୍ଲେଖ କରିଛନ୍ତି କି, ମୋ ବଙ୍ଗାଳି ବନ୍ଧୁ ଆଗାମୀ ମ୍ୟାଚରେ ଆମର ପ୍ରତିଶୋଧ ନେବ । ଏଥିରେ ସଫଳ ହେଲେ ମୁଁ ଢାକା ଯାଇ ଫିସ୍ ଡିନର୍ ସହ ଡେଟ୍ କରିବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking