21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶବାଂଲାଦେଶରେ ହିଂସା : ଏଯାବତ ଗଲାଣି ୧୦୫ ଜୀବନ

ବାଂଲାଦେଶରେ ହିଂସା : ଏଯାବତ ଗଲାଣି ୧୦୫ ଜୀବନ

ଢାକା : ବାଂଲାଦେଶରେ ହିଂସା : ଏଯାବତ ଗଲାଣି ୧୦୫ ଜୀବନ । ସରକାରୀ କ୍ଷେତ୍ରରେ ନିଯୁକ୍ତିରେ ନିର୍ଦ୍ଦିଷ୍ଟ ବର୍ଗକୁ ସଂରକ୍ଷଣକୁ ବିରୋଧରେ ଜାରି ରହିଥିବା ଆନ୍ଦୋଳନ ବାଂଲାଦେଶରେ ହିଂସକ ହେବାରେ ଲାଗିଛି । ଗତ କିଛି ସପ୍ତାହ ଧରି ଜାରି ରହିଥିବା ଏହି ଆନ୍ଦୋଳନରେ ଗତକାଲି ସୁଦ୍ଧା ଶତାଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେଠାରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଛନ୍ତି । ଉତ୍ତର-ପୂର୍ବ ରାଜ୍ୟର ଏକାଧିକ ଅନ୍ତର୍ଜାତୀୟ ସୀମା ଦେଇ ଭାରତକୁ ଫେରିଛନ୍ତି ପ୍ରାୟ ୩ ଶହ ଛାତ୍ରଛାତ୍ରୀ । ଶୁକ୍ରବାର ଏହି ଛାତ୍ରଛାତ୍ରୀ ସ୍ବଦେଶ ଫେରିଥିବା ଜଣାପଡିଛି । ସରକାରୀ ଚାକିରି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ବର୍ଗକୁ ସଂରକ୍ଷଣ ପ୍ରଦାନ କରିବାକୁ ବିରୋଧରେ ବାଂଲାଦେଶର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଛି । ଢାକା ବିଶ୍ବବିଦ୍ୟାଳୟରେ ବ୍ୟାପକ ହିଂସା ଦେଖାଯାଇଛି । ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ଓ ସୁରକ୍ଷାବଳ ମଧ୍ୟରେ ଖଣ୍ଡଯୁଦ୍ଧରେ ଶନିବାର ସୁଦ୍ଧା ପ୍ରାୟ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି ।ବାଂଲାଦେଶରେ ଫସିଥିବା ଅନ୍ୟ ଭାରତୀୟ ନାଗରିକ ତଥା ଛାତ୍ର ସ୍ୱଦେଶକୁ ଫେରିବାକୁ ଚାହିଁଲେ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଏଥିନିମନ୍ତେ ପଶ୍ଚିମବଙ୍ଗ ଓ ତ୍ରିପୁରା ବର୍ଡର ଭାରତୀୟଙ୍କ ଫେରିବା ନିମନ୍ତେ ଖୋଲା ରଖାଯାଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।ବାଂଲାଦେଶରେ ସରକାରୀ ଚାକିରିରେ ୩୦% ସଂରକ୍ଷଣ ୧୯୭୧ ଯୁଦ୍ଧର ସହିଦଙ୍କ ପରିବାର ସଦସ୍ୟଙ୍କୁ ପାଇଁ ରହିଥିବାରୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଏହି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ।ସେମାନଙ୍କ ଦାବି ସହିଦଙ୍କ ନାତି, ଅଣନାତିଙ୍କୁ ବି ଏହି ସୁବିଧା ମିଳୁଥିବାରୁ ପ୍ରକୃତ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିରୁ ବଞ୍ଚିତ ରହୁଛନ୍ତି। ଏହା ବିରୋଧରେ ଜୁଲାଇ ୧ରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଯୋଗୁ ୧୦୫ ଜଣଙ୍କ ଜୀବନ ଗଲାଣି। ୩୦୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୭୧ ବାଂଲାଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତିରେ ୩୦ ପ୍ରତିଶତ ସଂରକ୍ଷଣ ଦେବାକୁ ଏକ ସ୍ଥାନୀୟ ହାଇକୋର୍ଟ ରାୟ ଦେଇଥିଲେ । ଏହାକୁ ବିଭିନ୍ନ ଛାତ୍ର ସଂଗଠନ ବିରୋଧ କରିଥିଲେ । କ୍ରମଶଃ ଏହା ହିଂସକ ଆନ୍ଦୋଳନର ରୂପ ନେଇଥିଲା । ଢାକା ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟରେ ବ୍ୟାପକ ଆନ୍ଦୋଳନ ଦେଖାଦେଇଛି । ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷରେ ଏପର୍ୟ୍ୟନ୍ତ ପ୍ରାୟ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଢେଇ ହଜାରରୁ ଅଧିକ ଆହତ ମଧ୍ୟ ହେଇଛନ୍ତି । ବ୍ୟାପକ ଫୋର୍ସ ମୁତୟନ ହେବା ସହ ଇଣ୍ଟରନେଟ ସେବାକୁ କିଛି ସ୍ଥାନରେ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking