ଢେଙ୍କାନାଳ: ଗଁଦିଆ ଥାନା ଅନ୍ତର୍ଗତ ଆମ୍ବବାହାଳି ଗ୍ରାମରେ ପୋଖରୀରେ ବୁଡ଼ିଯାଇ ବାପା-ଝିଅ ପ୍ରାଣ ହରାଇଛନ୍ତି । ଗଁଦିଆ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଖଙ୍କର ଗ୍ରାମର ମହେଶ୍ୱର ନାୟକ (୪୨) ଓ ତାଙ୍କ ଝିଅ ମନ୍ଦାକିନି ନାୟକ (୭) ଆମ୍ବବାହାଳି ଗ୍ରାମର ଏକ ଘରୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।
ଗାଧୋଇବା ବେଳେ ମନ୍ଦାକିନି ବୁଡ଼ି ଯାଇଥିଲା । ତାକୁ ଉଦ୍ଧାର କରିବାକୁ ଯାଇ ମହେଶ୍ୱର ଗଭୀର ଜଳକୁ ଚାଲିଯାଇଥିଲେ । ଉଭୟ ବାପ-ଝିଅ ବୁଡ଼ିଯାଇ ପ୍ରାଣ ହରାଇଥିଲେ । ଖବର ପାଇ ଗଁଦିଆ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବାପ-ଝିଅଙ୍କୁ ଉଦ୍ଧାର କରି ବରପଦା ପ୍ରାଥମିକ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।