34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପାକିସ୍ତାନରେ ଟ୍ୱିଟର୍ ତଥା ଏକ୍ସ ହେଲା ବ୍ୟାନ୍‌

ପାକିସ୍ତାନରେ ଟ୍ୱିଟର୍ ତଥା ଏକ୍ସ ହେଲା ବ୍ୟାନ୍‌

ପାକିସ୍ତାନ : ଭାରତର ପଡୋଶୀ ଦେଶ ପାକିସ୍ତାନରେ ଟ୍ୱିଟର୍ ତଥା ଏକ୍ସକୁ ବ୍ୟାନ୍ କରାଯାଇଛି। ଚଳିତ ବର୍ଷ ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରଠାରୁ ଉପଭୋକ୍ତାମାନେ ଏକ୍ସ କୁ ବ୍ୟବହାର କରିପାରୁ ନାହାଁନ୍ତି। ଏବେ ପାକିସ୍ତାନ ସରକାର ବର୍ତ୍ତମାନ ଏଲନ ମସ୍କଙ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜାତୀୟ ସୁରକ୍ଷା କଥା ଦର୍ଶାଇ ପାକିସ୍ତାନ ସରକାର ଏକ୍ସ ଉପରେ ବ୍ୟାନ୍ ଲଗାଇ ଥିବା ସୂଚନା ମିଳିଛି।
ରିପୋର୍ଟ ଅନୁଯାୟୀ, ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ସମୟରେ ସେଠାକାର ସରକାର ଅନେକ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ଲକ କରି ଦେଇଥିଲେ। ଭୋଟିଂ ଦିନ ପାକିସ୍ତାନରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ଥିଲା। ତେବେ ନିର୍ବାଚନ ପରେ ଅନେକ ସୋଶାଲ ମିଡିଆ ପ୍ଲାଟଫର୍ମ ପୂର୍ବ ପରି କାମ କରିବା ଆରମ୍ଭ କରିଥିଲା ​​କିନ୍ତୁ ଏକ୍ସ ୟୁଜର୍ସମାନେ ଏହାକୁ ବ୍ୟବହାର କରିପାରି ନଥିଲେ। ଏନେଇ କିଛି ପାକିସ୍ତାନୀ ୟୁଜର୍ସ ଭିପିଏନ୍ ଜରିଆରେ ଏହା ସୂଚନା ଦେଇଛନ୍ତି। ପାକିସ୍ତାନ ସରକାରଙ୍କ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି ଏକ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ତେବେ ପାକିସ୍ତାନ ସରକାରଙ୍କ ତରଫରୁ ଏକ୍ସ କୁ ବ୍ୟାନ୍ କରାଯାଇଥିବା ନେଇ କୌଣସି ସରକାରୀ ଘୋଷଣା କରି ନାହାଁନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking