27.1 C
Bhubaneswar
Friday, June 28, 2024
Homeଅପରାଧନାବାଳିକାକୁ ଅପହରଣ ପରେ ବଳାତ୍କାର, ୨ ଗିରଫ

ନାବାଳିକାକୁ ଅପହରଣ ପରେ ବଳାତ୍କାର, ୨ ଗିରଫ

ମୁମ୍ବାଇ: ଜଣେ ୧୪ ବର୍ଷୀୟା ବାଳିକାକୁ ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଗୁରୁବାର ୨ ଜଣଙ୍କୁ ଗିରଫ କରିଛି । ଘରଲୋକଙ୍କ ସହ ପାଟିତୁଣ୍ଡ ହେବାପରେ ବାଳିକାଟି ଟ୍ୟାକ୍ସି ଯୋଗେ ମାଲାଡ୍‌ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରକୁ ଯିବାକୁ ବାହାରିଥିଲା । ତେବେ ବାଳିକାକୁ ଏକୁଟିଆ ଦେଖି ଟ୍ୟାକ୍ସି ଡ୍ରାଇଭର ମନରେ ମନ୍ଦ ଉଦ୍ଦେଶ୍ୟ ଜାଗ୍ରତ ହୋଇଥିଲା । ଡ୍ରାଇଭର ଜଣକ ଦାଦର ଅଞ୍ଚଳରୁ ଜଣେ ସାଙ୍ଗ୍‌କୁ ବସାଇ ମାଲାଡ୍ ଅଭିମୁଖେ ଯାତ୍ରା କରିଥିଲା । ଚଳନ୍ତା ଟ୍ୟାକ୍ସି ମଧ୍ୟରେ ଦୁଇ ଅଭିଯୁକ୍ତ ନାବାଳିକାକୁ ବଳାତ୍କାର କରିଥିବା ଏତଲାରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking