26.1 C
Bhubaneswar
Thursday, June 26, 2025
Homeଦେଶ ବିଦେଶଦିଲ୍ଲୀ ବିଲ୍‌ରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର

ଦିଲ୍ଲୀ ବିଲ୍‌ରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ: ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ସହ ୪ଟି ବିଲ୍ ଉପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି । ଆଜିଠାରୁ ଏହି ବିଲ୍‌ଗୁଡ଼ିକ ଆଇନରେ ପରିଣତ ହୋଇଛି । ଅନ୍ୟ ୩ଟି ବିଲ୍ ହେଲା ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍‌, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ(ସଂଶୋଧନ) ବିଲ୍‌, ଜନ ବିଶ୍ୱାସ(ସଂଶୋଧନ) ବିଲ । ଆଇନରେ ପରିଣତ ହୋଇଥିବା ୪ଟି ବିଲ୍‌ମଧ୍ୟରୁ ୨ଟିକୁ ବିରୋଧୀ କଡ଼ା ବିରୋଧ କରିଥିଲେ । ଏହି ଦୁଇ ବିଲ୍ ଆଇନରେ ପରିଣତ ହୋଇଥିଲେ ହେଁ ବିବାଦ ଶେଷ ହୋଇନାହିଁ ।

ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ଦ୍ୱାରା କେନ୍ଦ୍ର ସରକାର ଦିଲ୍ଲୀର ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଛନ୍ତି । ସୁପ୍ରିମକୋର୍ଟ ପ୍ରଥମେ ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଅଧିକାର ରାଜ୍ୟ ସରକାରଙ୍କ ବୋଲି କହିଥିଲେ । ଏହାକୁ ମାତ ଦେବା ପାଇଁ କେନ୍ଦ୍ର ସରକାର ପ୍ରଥମେ ଅଧ୍ୟାଦେଶ ଆଣିଥିଲେ । ଏହାପରେ ମୌସୁମୀ ଅଧିବେଶନରେ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍‌କୁ ପାସ କରାଯାଇଛି । ବିରୋଧୀ ମେଣ୍ଟ ଏହାକୁ ବିରୋଧ କରିଥିବା ବେଳେ ପ୍ରଥମେ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା । ରାଜ୍ୟସଭାରେ ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ଭଳି ଦଳ ବିଲ୍‌କୁ ସମର୍ଥନ କରିବାରୁ ବିରୋଧୀ ରାଜ୍ୟସଭାରେ ମଧ୍ୟ ଫେଲ ମାରିଥିଲେ । ଆଉ ଗୋଟିଏ ବିଲ ଯାହା ଏବେ ଆଇନରେ ପରିଣତ ହୋଇଛି, ସେଇଟା ହେଲେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍ ।

ମଣିପୁର ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବା ପାଇଁ ନାରାବାଜୀ କରୁଥିବା ବେଳେ ବାଚନିକ ଭୋଟରେ ଏହି ବିଲ୍ ପାରିତ ହୋଇଥିଲା । ବିରୋଧୀ ବିଲ୍‌ରେ କିଛି ସଂଶୋଧନ କରିବାକୁ ଦାବି କରିଥିଲେ ମଧ୍ୟ ଏହା ମଧ୍ୟ ଫେଲ ମାରିଥିଲା । ଅନଲାଇନ ପ୍ଲାଟଫର୍ମରେ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ସରକାର ଏହି ବିଲ୍ ଆଣିଥିବା କହିଛନ୍ତି । ତଥ୍ୟ ସାର୍ବଜନୀନ ହେଲେ ଦୋଷୀକୁ ୨୫୦ କୋଟି ଯାଏ ଜୋରିମାନା ଦେବାର ବ୍ୟବସ୍ଥା ଏଥିରେ ରହିଛି । ବିରୋଧୀଙ୍କ କହିବା କଥା ଏପରି ଆଇନ ଦ୍ୱାରା ସରକାର ଦେଶକୁ ଗୋଟିଏ ସର୍ଭେଲାନ୍ସ ଷ୍ଟେଟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking