30.1 C
Bhubaneswar
Wednesday, May 21, 2025
Homeଓଡିଶାଦନ୍ତା ଆକ୍ରମଣରେ ମହିଳା ମୃତ

ଦନ୍ତା ଆକ୍ରମଣରେ ମହିଳା ମୃତ

କେନ୍ଦୁଝରଗଡ଼ : କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ଼ (ବିଜେପି) ବନାଞ୍ଚଳ ଅଧିନ ନୟାକୋଟ ଥାନା ଅଧିନ ମୁରୁସୁଆଁ ମୁଣ୍ଡାସାହିରେ ରବିବାର ସନ୍ଧ୍ୟାରେ ଏକ ଗୋଠଛଡା ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୁରୁସୁଆଁ ମୁଣ୍ଡାସାହିର ଇଣ୍ଡା ମୁଣ୍ଡାଙ୍କ ସ୍ତ୍ରୀ ବିଳାସ ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ପଡୋଶୀ ଘରୁ ନିଜ ଘରକୁ ଫେରୁଥିବା ବେଳେ ଗାଁ ଭିତରକୁ ପଶିଆସିଥିବା ଏକ ଗୋଠଛଡା ଦନ୍ତା ହାବୁଡରେ ମୁହାଁମୁହିଁ ପଡିଯାଇଥିଲେ।

ଫଳରେ ଦନ୍ତାଟି ବିଳାସ (୫୦)ଙ୍କୁ ନିକଟରୁ ପାଇ ଦଳିଚକଟି ଜୀବନରୁ ମାରି ଦେଇଥିଲା। ଖବରପାଇ ବିଜେପି ରେଞ୍ଜର ନୟନକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଗୋଠଛଡା ଦନ୍ତାର ଗତିବିଧି ଉପରେ ନଜର ରଖିଥିଲେ। ସୋମବାର ବିଳାସଙ୍କ ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ବିଳାସଙ୍କ ସ୍ୱାମୀ ଇଣ୍ଡାଙ୍କୁ ଶୁଦ୍ଧିକ୍ରିୟା ନିମନ୍ତେ କ୍ଷତିପୁରଣ ବାବଦ ଅଗ୍ରୀମ ୬୦ହଜାର ଟଙ୍କା ଚେକ୍‌‌ ଆକାରରେ ପ୍ରଦାନ କରାଯାଇଥିବା ରେଞ୍ଜର ଶ୍ରୀ ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking