27.1 C
Bhubaneswar
Sunday, September 29, 2024
Homeଅପରାଧତିନୋଟି ବିବାହ କଲା ପରେ ବି ସାଙ୍ଗର ଭାଣିଜୀଙ୍କ ସହ ହୋଇଥିଲା ପ୍ରେମ; ସାଙ୍ଗ ଜାଣିବା...

ତିନୋଟି ବିବାହ କଲା ପରେ ବି ସାଙ୍ଗର ଭାଣିଜୀଙ୍କ ସହ ହୋଇଥିଲା ପ୍ରେମ; ସାଙ୍ଗ ଜାଣିବା ପରେ ହେଲା କିଛି ଏପରି

ଜୟପୁର: ତିନୋଟି ବିବାହ କରିବା ପରେ ମଧ୍ୟ ସାଙ୍ଗର ଭାଣିଜୀ ସହ ପ୍ରେମ କରିବା ପଡ଼ିଲା ମହଙ୍ଗା। ସାଙ୍ଗକୁ ମାରି ବିଲରେ ଫିଙ୍ଗି ଦେଲା ସାଙ୍ଗ। ଏଭଳି ଘଟଣା ଘଟିଛି ରାଜସମନ୍ଦ ଜିଲ୍ଲା କେଲୱା ଥାନା ସ୍ଥିତ ମାଦଡ଼ି ଦେବସ୍ଥାନ ଗାଁରେ । ଏହି ଗାଁରେ ରହୁଥିବା ଲକ୍ଷ୍ମଣ ପ୍ରଜାପତଙ୍କ ଶବ ଜାନୁଆରୀ ୩୦ରେ ଏକ ବିଲରୁ ମିଳିଥିଲା। ପୁଲିସ ତଦନ୍ତ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। ଲକ୍ଷ୍ମଣକୁ ହତ୍ୟା କରିଥିଲା ତା’ ସାଙ୍ଗ ଲକ୍ଷ୍ମଣ ମେଘାୱାଲ। ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଚଲାଇଛି।

ଅମରତିୟାରେ ଜାନୁଆରୀ ୩୦ରେ ଲକ୍ଷ୍ମଣ ଶବ ମିଳିଥିଲା। ପୁଲିସ ଯେତେବେଳେ ହତ୍ୟାର କାରଣ ଖୁଲାସା କରିଥିଲା ଜଣାପଡ଼ିଥିଲା ଘଟଣା ସତ ସାମ୍ନାକୁ ଆସିଥିଲା। । ପୁଲିସ କହିଛି ଯେ ଲକ୍ଷ୍ମଣ ପ୍ରଜାପତ ତିନୋଟି ବିବାହ କରିଥିଲେ। ହେଲେ ତାଙ୍କର କୌଣସି ପତ୍ନୀ ତାଙ୍କ ସହ ଅଧିକ ଦିନ ରହିନଥିଲେ। ଏହାପରେ ଲକ୍ଷ୍ମଣ ପ୍ରଜାପତ ନିଜର ସାଙ୍ଗ ଲକ୍ଷ୍ମଣ ମେଘାୱାଲର ଭାଣିଜୀ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା।

ହତ୍ୟା କରାଯାଇଥିବା ରାତିରେ ମଧ୍ୟ ଦୁଇ ଜଣ ଏକାଠି ରହିଥିଲେ। ଦୁଇ ଜଣ ମଦ ପିଇଥିଲେ ଏହାପରେ ଲକ୍ଷ୍ମଣ ମେଘାୱାଲ ସାଙ୍ଗ ଲକ୍ଷ୍ମଣ ପ୍ରଜାପତଙ୍କୁ ହତ୍ୟା କରିଥିଲା। ଚାରୁଭୁଜା ପୁଲିସ ଏହି ହତ୍ୟାକାଣ୍ଡର ଖୁଲାସା କରିଛି। ଅଭିଯୁକ୍ତ ଲକ୍ଷ୍ମଣ ମେଘାୱାଲକୁ ଗିରଫ କରି ତିନି ଦିନ ରିମାଣ୍ଡରେ ନେଇଛି ପୁଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking