18.1 C
Bhubaneswar
Thursday, January 23, 2025
Homeଓଡିଶାଟ୍ରେନ ଟ୍ରାଜେଡି: ଲୌହସ୍ତୂପ ତଳେ କୁଢକୁଢ ଶବ: ୩୦୦ ଟପିଲା ମୃତ୍ୟୁ ସଖ୍ୟା, ୧୦୦୦ ଆହତ

ଟ୍ରେନ ଟ୍ରାଜେଡି: ଲୌହସ୍ତୂପ ତଳେ କୁଢକୁଢ ଶବ: ୩୦୦ ଟପିଲା ମୃତ୍ୟୁ ସଖ୍ୟା, ୧୦୦୦ ଆହତ

ବାଲେଶ୍ୱର: ବାହାନଗାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ବାଲେଶ୍ୱର ଜିଲ୍ଲା ନୀରବତାର ଛାୟା । ଦିଆସିଲି ଖୋଳ ଭଳି ବିଛାଡ଼ି ହୋଇପଡ଼ିଛି ତିନି ଟ୍ରେନ୍‌ର ବଗି । ଦୀର୍ଘ ଏକ କିଲୋମିଟର ପର୍ଯ୍ୟନ୍ତ ପଡ଼ିଛି ଟ୍ରେନ୍‌ର ଯନ୍ତ୍ରାଂଶ, ମାଂସ ଟୁକୁଡ଼ା ଓ ଯାତ୍ରୀମାନଙ୍କ ସାମଗ୍ରୀ । ଯିଏ ଦେଖୁଛି ଆଖିରେ ଲୁହ ରହୁନି । ଚାରିଆଡ଼େ କୁଢ଼କୁଢ଼ ଶବ । ଚିତ୍କାର କରିପାରୁ ନ ଥିବା ଆହତ । ଭୟରେ ଜଡ଼ସଡ଼ ଦେଖଣାହାରୀ । ଦୁର୍ଘଟଣାସ୍ଥଳ ଠାରୁ ଆରମ୍ଭ କରି ହସ୍ପିଟାଲ ପର୍ଯ୍ୟନ୍ତ ମୃତାହତ ସମ୍ପର୍କୀୟଙ୍କ ଭିଡ଼ । ଆଶଙ୍କା ଓ ଅନିଶ୍ଚିତତା ମନରେ ନିଜ ଲୋକଙ୍କୁ ଖୋଜି ଚାଲିଛନ୍ତି ।

ଅନ୍ୟପଟେ ମୃତକଙ୍କ ଶବକୁ ସାଇତି ରଖାଯାଉଛି । ବନ୍ଧୁ ପରିଜନ ଆସି ଚିହ୍ନଟ କରି ନେବା ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପ୍ରଶାସନ ପାଇଁ ଚାଲେଞ୍ଜ ହୋଇଛି । ପ୍ରବଳ ଗୁଳୁଗୁଳୁରେ ଶବ ପଚି ନ ଯିବା ପାଇଁ ପ୍ରଶାସନ ବରଫର ବ୍ୟବସ୍ଥା କରିଛି । ୩୦୦ ଶବ ପାଇଁ ଏତେ ବରଫ କେଉଁଠୁ ଆସିବ । ଏଥିପାଇଁ ପ୍ରଶାସନ ଡାକରାରେ କଷା ଫଳ, ଗୋପାଳପୁର, ରସାଳପୁର, ବାସୁଦେବପୁର, ଧାମରା, ଚୁଡ଼ାମଣି, କଷିଆ, ଚାନ୍ଦବାଲି, କଇଥଖୋଲା ଆଦି ସ୍ଥାନରୁ ୧୦୦୦ କେନ୍‌ ବରଫ ସଂଗ୍ରହ କରାଯାଇଛି । ଚାନ୍ଦବାଲି ଓ ଧାମରାରୁ ବିଧାୟକ ବ୍ୟୋମକେଶ ରାୟଙ୍କ ନିବେଦନରେ ଜିଲ୍ଲା ପରିଷଦ ସଭ୍ୟ ରଂଜନ ସାହୁ ନିଜର ଗାଡ଼ିରେ କେନ୍‌ କେନ୍‌ ବରଫ ବାହାନଗାକୁ ପଠାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking