27.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଘାସ ଭାବି ୧୦୦ କିଲୋ ଭାଙ୍ଗ ଖାଇଗଲେ ମେଣ୍ଢା !

ଘାସ ଭାବି ୧୦୦ କିଲୋ ଭାଙ୍ଗ ଖାଇଗଲେ ମେଣ୍ଢା !

ଗ୍ରୀସ୍‌: ଗ୍ରୀସ୍‌ର ଥିସ୍‌ଲିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଅଲିସ୍‌ରୋମ୍‌ ସହରରେ ଏକ ମେଣ୍ଢା ଦଳ ଘାସ ଭାବି ୧୦୦ କିଲୋ ଭାଙ୍ଗ ଖାଇ ଦେଇଛନ୍ତି। ଗ୍ରୀନ୍‌ହାଉସ ଭିତରେ ଚାଷ ହୋଇଥିବା ୧୦୦ କିଲୋ ଭାଙ୍ଗ ଖାଇ ମେଣ୍ଢାମାନେ ଅଜବ ପ୍ରକାର ହରକତ୍‌ କରିବାକୁ ଲାଗିଥିଲେ। ମେଣ୍ଢାମାନଙ୍କ ଦେଖାଶୁଣା କରୁଥିବା ମେଷ ପାଳକ କହିଛନ୍ତି ଯେ ମେଣ୍ଢା ଦଳ ଅଜବ ବ୍ୟବହାର କରିବାରୁ ଏହି ମାମଲା ସାମ୍ନାକୁ ଆସିଥିଲା।

ଗ୍ରୀସ୍‌, ଲିବିୟା, ବୁଲ୍‌ଗେରିଆରେ ଆସିଥିବା ବାତ୍ୟା ଏବଂ ବନ୍ୟା ପରେ ଏହି ମେଣ୍ଢାମାନେ ଏଠାରେ ଆଶ୍ରୟ ନେଇଥିଲେ। ଏକ ରିପୋର୍ଟ ଅନୁସାରେ, ଗ୍ରୀନ୍‌ହାଉସ ଭିତରେ ଚାଷ ହୋଇଥିବା ଔଷଧୀୟ ଭାଙ୍ଗକୁ ମେଣ୍ଢା ଦଳ ଖାଇ ଦେଇଥିଲେ।

ମେଷ ପାଳକ କହିଛନ୍ତି, ମୁଁ ବୁଝିପାରୁନି ଏହା ଉପରେ କ’ଣ କହିବି। ହିଟ୍‌େଓ୍ଵଭ ଯୋଗୁ ପୂର୍ବରୁ ଅନେକ ଫସଲ ନଷ୍ଟ ହୋଇସାରିଛି। ବାକି ଯାହା ଥିଲା, ତାହାକୁ ଏବେ ମେଣ୍ଢାମାନେ ଖାଇ ଧ୍ୱଂସ କରି ଦେଇଛନ୍ତି। ସେପଟେ ଫାର୍ମ ମାଲିକ ୟାନିସ୍‌ ବାରୋନିସ୍‌ କହିଛନ୍ତି ଯେ ମେଣ୍ଢା ଦଳ ଖାଇବା ପାଇଁ ଯେତେବେଳେ ଘାସ ଭଳି ଜିନିଷ ଦେଖିବାକୁ ପାଇଥିଲେ, ସେତେବେଳେ ଡିଆଁ ମାରି ସେମାନେ ଗ୍ରୀନ୍‌ହାଉସ ଭିତରେ ପଶିଥିଲେ ଏବଂ ସବୁକିଛି ଧ୍ୱଂସ କରିଦେଇଥିଲେ।

କହି ରଖୁଛୁ, ଗ୍ରୀସ୍‌ରେ ୨୦୧୭ ପରଠାରୁ ଔଷଧୀୟ ଭାଙ୍ଗ ଚାଷ କରିବା ବୈଧ ହୋଇଛି। ୨୦୨୩ରେ ଏଠାରେ ଏକ ଔଷଧୀୟ ଭାଙ୍ଗ ଉତ୍ପାଦନ ପ୍ଲାଣ୍ଟ୍‌ର ଉଦ୍‌ଘାଟନ କରାଯାଇଥିଲା। ୧୯୩୬ରେ ଭାଙ୍ଗ ଉତ୍ପାଦନ ଉପରେ ଗ୍ରୀସ୍‌ରେ ପ୍ରତିବନ୍ଧକ ଲାଗିଥିଲା। କିନ୍ତୁ ଏହା ପୂର୍ବରୁ ଏହି ଦେଶ ଉତ୍ପାଦିତ ଭାଙ୍ଗ ରପ୍ତାନି କରୁଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking