26.1 C
Bhubaneswar
Tuesday, September 17, 2024
Homeଓଡିଶାକାଲିଥିଲା ଛାଡ଼ଖାଇ; ଆଜି ଆମିଷ ବଜାରରେ ଭିଡ଼

କାଲିଥିଲା ଛାଡ଼ଖାଇ; ଆଜି ଆମିଷ ବଜାରରେ ଭିଡ଼

ଭୁବନେଶ୍ବର: ମଙ୍ଗଳବାରଥିଲା ଛାଡ଼ଖାଇ। କିନ୍ତୁ ବୁଧବାର ଆମିଷ ବଜାରରେ ଲାଗିଛି ଗ୍ରାହକଙ୍କ ଭିଡ଼। ମଙ୍ଗଳବାରରେ ଅଧିକାଂଶ ଲୋକ ଖାଉ ନଥିବାବେଳେ ପ୍ରକୃତ ଛାଡ଼ଖାଇ ଆଜି ପାଳନ କରୁଛନ୍ତି ଲୋକେ । ଧର୍ମମାସରେ ନିରାମିଷ ଭୋଜନ କରିଥିବା ଲୋକେ ବୁଧବାର ଆମିଷ ବଜାରରେ ଭିଡ଼ ଜମାଇଥିବାବେଳେ ବେପାର ଧୁମ ଜମୁଛି । ଆମିଷ ମାର୍କେଟରେ ଆଜି ହିଁ ଛାଡଖାଇର ଅସଲ ଭିଡ । ଗତକାଲି ଛାଡଖାଇ ଥିଲା ।

କିନ୍ତୁ ଗତକାଲି ମଙ୍ଗଳବାର ଥିବାରୁ ଅଧିକାଂଶ ଆମିଷ ପ୍ରିୟ ଲୋକ ଆଜି ମନ ପସନ୍ଦର ଆମିଷ ଘରକୁ କିଣି ନେଉଛନ୍ତି । ମାଛ, ମଟନ, ଚିକେନ, କଙ୍କଡା, ଚିଙ୍ଗୁଡି ସବୁଠି ଲୋକଙ୍କ ଭିଡ । ଦର ଟିକେ ଉଚ୍ଚା ଥିଲେ ସୁଦ୍ଧା ସେଥିପ୍ରତି ଗ୍ରାହକଙ୍କ ଧ୍ୟାନ ନାହିଁ । ଘରକୁ ଆମିଷ ନେଇ ଛାଡଖାଇ ପାଳିବାକୁ ବଜାରରେ ଜମିଛି ଲୋକଙ୍କ ଭିଡ଼ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking