34.1 C
Bhubaneswar
Sunday, June 8, 2025
Homeଓଡିଶାଓଡିଶାରେ ଲକ୍ଷେ ଲୋକରେ ୩ ହତ୍ୟା !

ଓଡିଶାରେ ଲକ୍ଷେ ଲୋକରେ ୩ ହତ୍ୟା !

ଭୁବନେଶ୍ୱର: ଚିନ୍ତା ବଢାଇଲା ୨୦୨୨ ଏନସିଆରବି ରିପୋର୍ଟ । ୨୦୨୧ ତୁଳନାରେ ୨୦୨୨ରେ ବଢିଛି ମହିଳା ଓ ଶିଶୁ ବିରୋଧୀ ଅପରାଧ । ଦେଶରେ ମହିଳା ବିରୋଧୀ ୪%, ଶିଶୁ ବିରୋଧୀ ଅପରାଧ ୮.୭% ବଢିଛି । ଚିନ୍ତା ବଢାଇଛି ଅର୍ଥନୈତିକ ଅପରାଧ, ଦୁର୍ନୀତି ଓ ସାଇବର ଅପରାଧ ହୋଇଥିବା ଖବର ସାମ୍ନାକୁ ଆସିଛି । ସାଇବର ଅପରାଧ ୨୪.୪%, ଅର୍ଥନୈତିକ ୧୧.୧%, ଦୁର୍ନୀତି ୧୦.୫% ବଢିଛି । ଓଡିଶାରେ ବି ସବୁପ୍ରକାର ଅପରାଧ ମାତ୍ରା ବଢିଥିବା ରିପୋର୍ଟ ସାମ୍ନାକୁ ଆସିଛି । ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ହୋଇଥିଲା । ୨୦୨୨ରେ ୧ ଲକ୍ଷ ୭୮ ହଜାର ୧୯୦ରେ ପଂହଚିଛି ।

୨୦୨୨ରେ ରାଜ୍ୟରେ ୧,୩୭୯ ହତ୍ୟା ମାମଲାରେ ୧,୪୦୨ ଜଣଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ବାର୍ଷିକ ଲକ୍ଷେ ଲୋକରେ ୩ ଜଣ ହତ୍ୟାର ଶିକାର ହେଉଛନ୍ତି । ମହିଳା ଅସଦାଚରଣରେ ଦେଶରେ ୪ ନମ୍ବର ସ୍ଥାନରେ ରହିଛି ଓଡିଶା । ୨୦୨୨ରେ ୭,୩୨୭ ଅସଦାଚରଣ, ୧୪ଟି ଦୁଷ୍କର୍ମ ସହ ହତ୍ୟା ମାମଲା ହୋଇଥିବା ଓଡିଶା । ୨୦୨୧ରେ ରାଜ୍ୟରେ ୩୧, ୩୫୨ ମହିଳା ବିରୋଧୀ ଅପରାଧ ଥିଲା । ରିପୋର୍ଟରୁ ଜଣାପଡିଛି । ମହିଳା ବିରୋଧୀ ଅପରାଧରେ ଦେଶରେ ୭ମ ସ୍ଥାନରେ ରହିଛି ୨୦୨୨ରେ ମହିଳା ବିରୋଧୀ ଅପରାଧ ୨୩, ୬୪୮କୁ ଖସିଥିବା ଜଣାପଡିଛି । ତେବେ ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ବଢିଛି । ୨୦୨୧ରେ ୭,୮୯୯ ଶିଶୁ ବିରୋଧୀ ଅପରାଧ ଥିଲା, ୨୨ରେ ୮,୨୪୦ ରିପୋର୍ଟରେ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking