25.1 C
Bhubaneswar
Thursday, January 16, 2025
Homeଓଡିଶାଓଡ଼ିଶା ବନ୍ଦର ନୀତି -୨୦୨୨କୁ କ୍ୟାବିନେଟ ମଞ୍ଜୁରୀ

ଓଡ଼ିଶା ବନ୍ଦର ନୀତି -୨୦୨୨କୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଗ୍ରହଣ । ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ରାଜ୍ୟ କ୍ୟାବିନେଟ ମିଟିଂରେ ମଂଜୁରୀ । ଓଡିଶା ବନ୍ଦର ନୀତି -୨୦୨୨କୁ କ୍ୟାବିନେଟ ର ମଂଜୁରୀ । ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ । ଅନ୍ତର୍ଦେଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶ କୁ ଗୁରୁତ୍ୱ ।
କଟକ ଜିଲ୍ଲା ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣକୁ ମଂଜୁରୀ । ୩୮୭ ମିଟର ଦୀର୍ଘ ଓ ୪୩.୮୨୫ ମିଟର ଉଚ୍ଚର କଂକ୍ରିଟ ବନ୍ଧ ହେବ । ହାଡୁଆ ନଦୀରେ ଡ୍ୟାମ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୨୫ କୋଟି । ନରସିଂହପୁର , ବଡମ୍ବା , ତିଗିରିଆ ବ୍ଲକର ଚାଷ ଜମିକୁ ମିଳିବ ପାଣି ।
ରାଜ୍ୟ ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’ କୁ ମଂଜୁରୀ ଦେଲା କ୍ୟାବିନେଟ । ଶିଶୁଙ୍କର ବଂଚିବା ଅଧିକାର ଓ ସୁରକ୍ଷାକୁ ଗୁରୁତ୍ୱ ଦେବ ନୂଆ ନୀତି । ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ , ଶିକ୍ଷା ଅଧିକାରକୁ ଗୁରୁତ୍ୱ । ଶିଶୁଙ୍କର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦେବ ନୂଆ ଶିଶୁ ନୀତି । ବିଜ୍ଞପ୍ତିର ବର୍ଷକ ମଧ୍ୟରେ ଲାଗୁ ହେବ ରାଜ୍ୟ ଶିଶୁ ନୀତି ପ୍ରାରମ୍ଭ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking