29.3 C
Bhubaneswar
Tuesday, May 20, 2025
Homeଦେଶ ବିଦେଶଏ ବିଜୟ ଐତିହାସିକ, ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ

ଏ ବିଜୟ ଐତିହାସିକ, ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୩ ରାଜ୍ୟରେ ବିଜେପିର ଦମ୍‌ଦାର ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ଦଳ। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘‘ଆଜିର ବିଜୟ ଐତିହାସିକ, ଅଭୂତପୂର୍ବ। ଆଜି ସବକା ସାଥ, ସବକା ବିକାଶର ବିଜୟ ହୋଇଛି। ଆଜି ସଚ୍ଚୋଟତା, ସ୍ୱଚ୍ଛତା ଏବଂ ଉତ୍ତମ ଶାସନ ଜିତିଛି’’।

ବିଜେପି ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଦେଇ ମଞ୍ଚକୁ ସ୍ବାଗତ କରିଥିଲେ।

ସୂଚନାଯୋଗ୍ୟ, ରବିବାର ୪ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ତେଲେଙ୍ଗାନାର ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ହୋଇଛି। ଏଥିରେ ବିଜେପି ୩ଟି ରାଜ୍ୟ ନିଜ କବ୍‌ଜାକୁ ନେଇଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବିଜେପିର ବିପୁଳ ବିଜୟ ହୋଇଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ବହୁମତ ହାସଲ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking