31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା

ଗୁଆହାଟୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଘୃଣ୍ୟ ଭାଷଣ ଦେଇଥିବା ଅଭିଯୋଗରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ଏତଲା ଦାଏର କରାଯାଇଛି । ଚଳିତମାସ ୧୯ରେ ମଧ୍ୟପ୍ରଦେଶର ବିଦିଶାଠାରେ ଆୟୋଜିତ ଜନ ଆଶୀର୍ବାଦ ର‌୍ୟାଲିରେ ଅଂଶଗ୍ରହଣ କରୁଥିବାବେଳେ ହିମନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ କଟାକ୍ଷ କରିଥିଲେ ।

ହିମନ୍ତ କହିଥିଲେ ଯେ କମଳନାଇ ନିଜକୁ ହନୁମାନ ଭକ୍ତ ବୋଲି ଦାବି କରୁଥିବାରୁ ସେ ନୂଆଦିଲ୍ଲୀର ୧୦ ଜନପଥସ୍ଥିତ ସୋନିଆଙ୍କ ସରକାରୀ ବାସଭବନରେ ନିଆଁ ଲଗାଇଦେବା ଉଚିତ । ଏହାର ପ୍ରତିବାଦରେ ଆସାମ ବିଧାନସଭାରେ କଂଗ୍ରେସ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ ହିମନ୍ତଙ୍କ ବିରୋଧରେ ଏତଲା ଦାଏର କରିଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking