31.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଆଜି ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଚନ୍ଦ୍ରଯାନ ୩

ଆଜି ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଚନ୍ଦ୍ରଯାନ ୩

ହାଇଦ୍ରାବାଦ: ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଦିନ ୧୧ଟାରୁ ସାଢେ ୧୨ଟା ମଧ୍ୟରେ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଚନ୍ଦ୍ରଯାନ-୩ । ଏହାପରେ ଚନ୍ଦ୍ରଠୁ ଦୂରତା ଆହୁରି ହ୍ରାସ ପାଇବ । ଆସନ୍ତା ୧୬ତାରିଖରେ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରାଯିବ ।

୧୭ ଅଗଷ୍ଟରେ ପ୍ରପଲସନ ଓ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ଅଗଷ୍ଟରେ ଦକ୍ଷିଣ ମେରୁରେ ଅବସ୍ଥାପିତ କରାଯିବ । ସେପଟେ ଲ୍ୟାଣ୍ଡିଂ ପାଇଁ ଏବେ ଏବଂ ଭବିଷ୍ୟତ ପାଇଁ ଟ୍ରାଫିକ ସିଷ୍ଟମ ବିକଶିତ କରିବାକୁ ଯୋଜନା କରିଛି ଇସ୍ରୋ ।

ଅନ୍ୟ ମହାକାଶ ଯାନ ସହ ଧକ୍କା ଏଡାଇବା ଲାଗି ୨୦୧୯ରେ ପ୍ରେରିତ ଚନ୍ଦ୍ରଯାନ-୨ରେ ରହିଥିବା ବ୍ୟବସ୍ଥା ସମ୍ପର୍କରେ ସଫଳତା ମିଳି ନଥିବାବେଳେ ବର୍ତ୍ତମାନ ଚନ୍ଦ୍ରଯାନ-୩ରେ ଏଥିପ୍ରତି ଦୃଷ୍ଟି ଦିଆଯାଇଛି । ଗତ ୫ ତାରିଖରୁ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷରେ ପହଞ୍ଚି ଘୂରୁଛି । ପ୍ରଥମ କକ୍ଷରେ ପହଞ୍ଚିବା ପରେ ଚନ୍ଦ୍ରଯାନ ପ୍ରଥମ ଫଟୋ ପୃଥିବୀକୁ ପ୍ରେରଣ କରିଥିଲା । ଏବେ ଚନ୍ଦ୍ରଯାନ ତୃତୀୟ କକ୍ଷରେ ଘୂରି ଫଟୋ ପଠାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking