ସ୍ନେହ ପ୍ରେମ ଏଠି ଛଳନାର ନାମ ଭାବ ରଖ ଭାବି ଚିନ୍ତି,
ଏ ହାତରେ ଦିଅ ସେ ହାତରେ ନିଅ ଏତ ଆଜିର ଦୁନିଆ ନୀତି ।
ବିଶ୍ବାସ କାଚ ଗ୍ଲାସ୍ ପରି, ଥରେ ଭାଙ୍ଗି ଗଲେ ଏହା ଆଉ ସମାନ ଆଗ ଭଳି ହେବ ନାହିଁ ।
ଦୀପ ର କାହାଣୀ ବହୁତ ଅଜବ,,,,,
ଜଳେବି ତ କାହାକୁ ଆଲୋକ ଦେବା ପାଇଁ,,,,,
ଆଉ ଲିଭେ ବି ତ କାହାକୁ ଶାନ୍ତିର ନିଦ ଦେବା ପାଇଁ,,,,।
କିଛି କଥା ନ ଜାଣିଲେ ହିଁ ଭଲ,
ବେଳେ ବେଳେ ସବୁକିଛି ଜାଣିଦେବା*ବହୁତ କଷ୍ଟ ଦିଏ
ଯଦି ଜୀବନରେ ନୂତନ କିଛି କରିବାକୁ ଚାହୁଁଛନ୍ତି ତା ହେଲେ ଦୁଇଟି ମୁଖ୍ୟ ଅସ୍ତ୍ର ସବୁବେଳେ ନିଜ ସହ ରଖନ୍ତୁ, ଗୋଟିଏ ହେଲା “ଧୋର୍ଯ୍ଯ” ଅନ୍ୟଟି ହେଲା “ସାହସ” ।
“ଅରକ୍ଷିତକୁ ଦୈବ ସାହା। ଏହି କାରଣରୁ ମନୁଷ୍ୟ ନିଜ ପାଖରେ ଥିବା ଧନ, ବିଦ୍ୟା,ବଳ,ଲୋକବଳ ଇତ୍ୟାଦି ଥିବା ସତ୍ତ୍ବେ ନିଜକୁ ଅରକ୍ଷିତ ବୋଲି ଆବିଷ୍କାର କରିବା କଥା। ଧନ,ବଳ ଇତ୍ୟାଦି ବିଧାତାଙ୍କ କୃପାରୁ ମିଳିଛି। କିନ୍ତୁ ସେ ସବୁର ଆଧାରରେ ନିଜକୁ ସୁରକ୍ଷିତ ମନେ କରେ ନାହିଁ। ମୋର ସୁରକ୍ଷା କବଚ ମୋର ଈଶ୍ୱରଙ୍କ ଉପରେ ଭରସା। ଏହିଭଳି ଭାବରେ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ବିତାଇବା ଦ୍ଵାରା ବଞ୍ଚିବା ଆନନ୍ଦମୟ ହୋଇଥାଏ। ମୃତ୍ୟୁ ପର୍ଯ୍ୟନ୍ତ ଯେମିତି ଏଇଟା କାନ ଏଇଟା ନାକ ସତ ଠିକ୍ ସେହିପରି ଯାହାଙ୍କ ପାଇଁ ଈଶ୍ୱର ସତ ତାଙ୍କ ଜୀବନ ଧନ୍ୟ।”
“ରଙ୍ଗ ଦେଖି କାହାର ବ୍ୟକ୍ତିତ୍ବକୁ ମୂଲ୍ୟାଙ୍କନ କରିବା ଅନୁଚିତ୍. କାହିଁକିନା ରଙ୍ଗ ଆଖିରେ ଭ୍ରମ ସୃଷ୍ଟି କରିଥାଏ, ଯେମିତି କି ନିଆଁ ର ରଙ୍ଗ ଖୁବ୍ ସୁନ୍ଦର କିନ୍ତୁ ଅଧିକ ଭୟଙ୍କର ମଧ୍ୟ , ମନେରଖନ୍ତୁ କେବଳ ଗୁଣ ହିଁ ବ୍ୟକ୍ତିର ବ୍ୟକ୍ତିତ୍ବକୁ ପରିପ୍ରକାଶ କରିଥାଏ !!”
“ସବୁ କ୍ଷେତ୍ରରେ କ୍ଷମା କରିଦେବା ଆଉ ସବୁ କ୍ଷେତ୍ରରେ କ୍ଷମା ମାଗିନେବା, ପ୍ରକୃତରେ ଏହା ଏକ ଚମତ୍କାର ଶକ୍ତି . କିନ୍ତୁ ଦୁଃଖର ବିଷୟ ଯେ ଏ ଶକ୍ତି ସମସ୍ତଙ୍କ ପାଖରେ ନଥାଏ !!”
ସମୟ ଆଜି ଏଭଳି ଗୋଟିଏ ସ୍ଥିତିରେ ପହଞ୍ଚି ଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତ୍ୟନ୍ତ କଷ୍ଟକର !!”
ଗୋଟିଏ କଥା ମନେରଖନ୍ତୁ, ଆପଣଙ୍କର ଚିନ୍ତାଧାରା/ମନର ଭାବନା ଯଦି ସୁନ୍ଦର ଆଉ ଉଚ୍ଚକୋଟିର ହୋଇଥାଏ , ତାହେଲେ ଏ ସମଗ୍ର ପୃଥିବୀ ମଧ୍ୟ ଆପଣଙ୍କୁ ସୁନ୍ଦର ଲାଗିବ !!”
ଯାହା ହାସଲ କରିବାକୁ ଚାହୁଁଛ, ତାହା ମିଳିଗଲେ ସଫଳ ହେଉ ବୋଲି ଭାବ ନାହିଁ। ତୁମର ବ୍ଯକ୍ତିତ୍ବ ଯଦି ଅନ୍ୟକୁ ଆକର୍ଷିତ କରି ପାରିଲା, ତାହା ହେଉଛି ତୁମ ପାଇଁ ଅସଲ ସଫଳତା।
ଅଦ୍ୟ ଅଗଷ୍ଟ ମାସ ୧୬ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ଅଷ୍ଟମୀ ରାତ୍ରି ଘ୦୯/୪୮ ଗତେ ନବମୀ
ନକ୍ଷତ୍ର-ଦ୍ଵିଜା ଦିବା ଘ୦୬/୫୨ ଗତେ କୁର୍ତିକା
ଚନ୍ଦ୍ର- ମେଷ ଦିବା ଘ୧୨/୩୨ ଗତେ ବୃଷ
ଯୋଗ- ବୃଦ୍ଧି
କରଣ – ବାଳବ
ସୌରମାସ- କର୍କଟ ୩୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୧୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୩୨
*✧═════•❁❀
ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୯/୪୭ ଗତେ ପୂର୍ବେ
ମେଷ ଓ ବିଛା ରାଶିର ଘାତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା-ଦିବା ଘ୦୭/୧୦ ମଧ୍ୟେ ଓ ଘ୦୫/୨୫ ଗତେ ଘ୦୬/୦୮ ମଧ୍ୟେ
ବାରବେଳା- ଦିବା ଘ୦୨/୧୯ ଗତେ ଘ୦୩/୫୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୯/୩୦ ଗତେ ଘ୧୨/୪୩ ମଧ୍ୟେ ଓ ରାତ୍ରି ଘ୦୮/୩୫ ଗତେ ଘ୧୧/୦୦ ମଧ୍ୟେ ଓ ଘ୧୨/୩୫ ଗତେ ଘ୦୨/୧୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═════✧
ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।
✧═════•❁❀❁•═════
ବୃଷ
ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
✧═════•❁❀❁•═════
ମିଥୁନ
:ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
✧═════•❁❀❁•═════
କର୍କଟ
କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।
✧═════•❁❀❁•═════
ସିଂହ
ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
✧═════•❁❀❁•═════
କନ୍ୟା
: ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
✧═════•❁❀❁•═════
ତୁଳା
ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
✧═════•❁❀❁•═════
ବିଚ୍ଛା
ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
✧═════•❁❀❁•═════
ଧନୁ
: ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
✧═════•❁❀❁•═════
ମକର
: ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
✧═════•❁❀❁•═════
କୁମ୍ଭ
: ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
✧═════•❁❀❁•═════
ମୀନ
: ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।










