29.1 C
Bhubaneswar
Wednesday, May 1, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

* ଚିତା ନିଆଁ ସିନା ମଲା ମଣିଷକୁ*
ଜାଳି-ପୋଡ଼ି କରେ ଧ୍ବଂସ,
ଚିନ୍ତା ନିଆଁ କିନ୍ତୁ ଜୀବନ୍ତ ଲୋକର
ଆୟୁଷ କରଇ ଶେଷ ।

ସଂସାରରେ କେହି ବି ସର୍ବ ଗୁଣ ସମ୍ପନ୍ନ ବ୍ୟକ୍ତି ନୁହଁନ୍ତି ତେଣୁ ଏକ ଭଲ ସମ୍ପର୍କ ପାଇଁ କିଛି ଖରାପ ଗୁଣକୁ ଅଣଦେଖା କରିଦେବା ଉଚିତ୍ ।

ଚରିତ୍ରରେ ମଇଳା ରଖି ଚେହେରାକୁ ଯେତେ ସଜାଡ଼ିଲେ ମଧ୍ୟ ସେ ସୁନ୍ଦରତାର କୈାଣସି ମୂଲ୍ୟ ନଥାଏ କାହିଁକି ନା ଆଇନା ଆଲୋକରେ ଚମକି ଥାଏ ଅନ୍ଧାରରେ ନୁହେଁ ।
qualification ହେଉଛି ତୁମର କାର୍ଯ୍ୟକୁ ପୁରା କରିବାର ଦକ୍ଷତା
Motivation ସ୍ଥିର କରେ ଯେ ତୁମେ କ’ଣ କର
Attitude ନିର୍ଣ୍ଣୟ କରେ ଯେ ତୁମେ ଏହି କାର୍ଯ୍ୟକୁ କେତେ ଭଲରେ କରି ପାରୁଛ ।
. ଅହଙ୍କାର ସେଇମାନେ କରନ୍ତି , ଯେଉଁମାନେ ବିନା ପରିଶ୍ରମରେ ସବୁକିଛି ପାଇ ଯାଆନ୍ତି….

ଆଉ *ଯେଉଁମାନେ ନିଜ ପରିଶ୍ରମରେ ସଫଳତା ହାସଲ କରନ୍ତି, ସେମାନେ ଅନ୍ୟର ପରିଶ୍ରମ କୁ ସମ୍ନାନ ଦିଅନ୍ତି..

ଅଦ୍ୟ ଅପ୍ରେଲ ମାସ ୦୪ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଚୈତ୍ରମାସ- କୃଷ୍ଣପକ୍ଷ
ତିଥି- ଦଶମୀ ଦିନ ଘ୦୪/୨୮ ଗତେ ଏକାଦଶୀ
ନକ୍ଷତ୍ର- ଶ୍ରବଣା ରାତ୍ରି ଘ୦୯/୦୦ ଗତେ ଧନିଷ୍ଟା
ଚନ୍ଦ୍ର-ମକର
ଯୋଗ- ସିଦ୍ଧି
କରଣ – ବାଣିଜ୍ୟ
ସୌରମାସ- ମୀନ ୨୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୨୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୦୫
*✧═════•❁❀
ଯୋଗିନୀ ଉତ୍ତରେ ଦିବା ଘ୦୪/୨୮ ଗତେ ଅଗ୍ନିକୋଣେ
ଦଶମୀ ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ସିଂହ ରାଶି ର ଘାତ ଚନ୍ଦ୍ର
ତୁଳା ଓ କୁମ୍ଭ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୫୫ ଗତେ ଘ୦୬/୦୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୧/୧୦ଗତେ ଘ୦୨/୫୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୨୭ ମଧ୍ୟେ ଓ ଘ୧୦/୨୯ ଗତେ ଘ୧୨/୫୩
═✧*══•❁❀❁•═════✧
ଅଦ୍ୟ କଲମ ଶାଗ ଦିବା ଘ୦୪/୨୯ ଗତେ ଶିମ୍ବ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।
✧═════•❁❀❁•═════✧
ବୃଷ: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।
✧═════•❁❀❁•═════✧
ମିଥୁନ
: ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।*
✧═════•❁❀❁•═════✧
କର୍କଟ
: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।*
✧═════•❁❀❁•═════✧
ସି˚ହ
: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।*
✧═════•❁❀❁•═════✧
କନ୍ୟା
: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।*
✧═════•❁❀❁•═════✧
ତୁଳା
: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।*
✧═════•❁❀❁•═════✧
ବିଛା
: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।*
✧═════•❁❀❁•═════✧
ଧନୁ
: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।*
✧═════•❁❀❁•═════✧
ମକର
: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।*
✧═════•❁❀❁•═════✧
କୁମ୍ଭ
: ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।*
✧═════•❁❀❁•═════✧
ମୀନ:ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking