20.1 C
Bhubaneswar
Wednesday, January 8, 2025
Homeଓଡିଶାଅଣସରରେ ଚତୁର୍ଦ୍ଧାମୂର୍ତ୍ତି, ପୂଜା ପାଇଲେ ପଟ୍ଟିଦିଅଁ ; ବ୍ରହ୍ମଗିରିରେ ଅଲାରନାଥ ଦେବଙ୍କ ଦର୍ଶନ ଆରମ୍ଭ

ଅଣସରରେ ଚତୁର୍ଦ୍ଧାମୂର୍ତ୍ତି, ପୂଜା ପାଇଲେ ପଟ୍ଟିଦିଅଁ ; ବ୍ରହ୍ମଗିରିରେ ଅଲାରନାଥ ଦେବଙ୍କ ଦର୍ଶନ ଆରମ୍ଭ

ପୁରୀ: ଦବସ୍ନାନ ପୂର୍ଣ୍ଣିମାରେ ସା୍ନନବେଦୀରେ ୧୦୮ଗଡୁ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ । ହାତୀବେଶରେ ଶ୍ରୀବିଗ୍ରହ ଭକ୍ତଙ୍କୁ ଦର୍ଶନ ଦେବା ପରେ ଅଣସରକୁ ବିଜେ କରିଛନ୍ତି । ରବିବାର ରାତି ପ୍ରାୟ ୧୨ଟା ୩୦ରେ ଆରମ୍ଭ ହୋଇଥିଲା ଅଣସରକୁ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ଯାତ୍ରା । ରାତି ୪ଟାରେ ପହଣ୍ଡି ସରିବା ପରେ ଚିତାଓ ଲାଗି ହୋଇ ଅଣସର ନୀତି ହୋଇଥିଲା । ଏହା ପରେ କୋଠ ସୁଆଁସିଆଁମାନେ ଭିତରକୁ ଯାଇ ଭିତର କାଠ ନିକଟରେ ତାଟି ବାନ୍ଧିଥିଲେ । ସୋମବାର ଭୋର ୬ଟା ୩୦ରେ ପଟିଦିଅଁ ବିଜେ ହୋଇଥିଲେ । ଏହାପରେ ତାଟିରେ ପଟିଦିଅଁଙ୍କୁ ରୁନ୍ଧା ଯାଇଥିଲା । ଶ୍ରୀଜଗନ୍ନାଥ ଶ୍ରୀଅନନ୍ତ ନାରାୟଣ ରୂପରେ, ମା’ସୁଭଦ୍ରା ଭୁବନେଶ୍ୱରୀ ରୂପରେ ଓ ଶ୍ରୀବଳଭଦ୍ର ଅନନ୍ତବାସୁଦେବ ରୂପରେ ମହାଅଣସର ତାଟିରେ ପରମ୍ପରା ଅନୁଯାୟୀ ସ୍ଥାନିତ ହୋଇଥିଲେ । ପୂର୍ବାହ୍ନ୧୧ଟା ୧୦ରେ ଶ୍ରୀଦେବୀ, ଭୂଦେବୀ, ମଦନମୋହନ, ଦୋଳଗୋବିନ୍ଦ, ନୃସିଂହ ଓ ରାମକୃଷ୍ଣ ବିଜେ ହେବାପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା ।

୧୧ଟା ୫୫ରେ ମହାସ୍ନାନ ଓ ମଧ୍ୟାହ୍ନ ୧୨ଟା ୨୦ରେ ମଙ୍ଗଳଆଳତି ସରିଥିଲା ।ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ପଟିଦିଅଁଙ୍କୁ ଦର୍ଶନ କରିଥିଲେ । ସେହିପରି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ରହିଥିବା ପତିତପାବନ ଅନନ୍ତନାରାୟଣ ରୂପରେ ପଟିରେ ସ୍ଥାନିତ ହୋଇଛନ୍ତି । ସୋମବାରଠାରୁ ୁଆରମ୍ଭ ହୋଇଛି ଅଣସର ନୀତି । ଅଣସରରେ ମହାପ୍ରଭୁଙ୍କଠାରେ ଚକଟା ଭୋଗ ଏବଂ ପଣା ଭୋଗ କରାଯାଇଥିଲା । ମହାବାହୁ ୧୪ ଦିନ ଅନବସରରେ ରହିବା ପରେ ସୁସ୍ଥ ହେବେ । ଏହାପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମହାପ୍ରଭୂ ରଥାରୂଢ଼ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଜୁନ୍ ୨୦ରେ ରଥଯାତ୍ରା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଅନବସର ଅବସରରେ ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥ ଦେବଙ୍କ ଦର୍ଶନ ଆଜିଠାରୁ ଆରମ୍ଭ ହୋଇଛି । ଏହି ୧୪ ଦିନ ପ୍ରଭୁ ଅଲାରନାଥ ଦେବଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଆଜି ଭୋର ୪ଟାରେ ଅଲାରନାଥ ମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking