29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିକ୍ରି ହେବ ରୁଶ୍‌ଦିଙ୍କ ଦିଲ୍ଲୀସ୍ଥିତ ବାସଭବନ

ବିକ୍ରି ହେବ ରୁଶ୍‌ଦିଙ୍କ ଦିଲ୍ଲୀସ୍ଥିତ ବାସଭବନ

ନୂଆଦିଲ୍ଲୀ: ଭାରତରେ ଜନ୍ମିତ ବ୍ରିଟିଶ ଔପନ୍ୟାସିକ ସଲମାନ ରୁଶ୍‌ଦିଙ୍କ ଦିଲ୍ଲୀସ୍ଥିତ ପୈତୃକ ବାସଭବନ ବିକ୍ରି କରାଯିବ । ତେବେ ଏହାର ମୂଲ୍ୟ ନିର୍ଦ୍ଧାରଣ କରିବେ ଦିଲ୍ଲୀ ହାଇକୋର୍ଟ । ସୂଚନାଯୋଗ୍ୟ ଦିଲ୍ଲୀର ସିଭିଲ ଲାଇନ୍ସରେ ଥିବା ଏହି ଘର କିଣିବାକୁ ଜଣେ କଂଗ୍ରେସ ନେତା ୧୯୭୦ ମସିହାରେ ରୁଶ୍‌ଦିଙ୍କ ପିତାଙ୍କ ସହ କଥାବାର୍ତ୍ତା କରିଥିଲେ । ତେବେ କୌଣସି କାରଣରୁ ବୁଝାମଣାର ଅଭାବ ଘଟିବାରୁ ଏହି ପ୍ରକ୍ରିୟା ଅସମାପ୍ତ ରହିଥିଲା ।

ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସେହି ସମୟର ମାର୍କେଟ ମୂଲ୍ୟକୁ ଭିତ୍ତିକରି କଂଗ୍ରେସ ନେତା ଭିକୁରାମ ଜୈନ୍‌ଙ୍କୁ ଘର ବିକ୍ରି କରିବାକୁ ସୁପ୍ରିମକୋର୍ଟ ରୁଶ୍‌ଦିଙ୍କ ପିତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ବାସଭବନର ମୂଲ୍ୟ ନିର୍ଦ୍ଧାରଣ ଦାୟିତ୍ୱ ଦିଲ୍ଲା ହାଇକୋର୍ଟ ଉପରେ ନ୍ୟସ୍ତ କରାଯାଇଥିଲା । ୨୦୧୨ ଡିସେମ୍ବର ୩ରେ ଏହି ଘରକୁ ୧୩୦ କୋଟି ଟଙ୍କାରେ ବିକ୍ରୟ କରାଯାଇପାରିବ ବୋଲି ହାଇକୋର୍ଟ ବିଚାରପତି ରାୟ ଶୁଣାଇଥିଲେ ।

ଏହାର ପ୍ରତିବାଦରେ ଭିକୁରାମ ପୁଣି ହାଇକୋର୍ଟରେ ଅପିଲ କରିଥିଲେ । ଜଷ୍ଟିସ ବିଭୁ ବାଖ୍‌ରୁ ଓ ଜଷ୍ଟିସ ଅମିତ ମହାଜନଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରି ପୂର୍ବତନ ହାଇକୋର୍ଟ ବିଚାରପତିଙ୍କ ରାୟକୁ ଖାରଜ କରିଛନ୍ତି । ପୈତୃକ ବାସଭବନର ସାନି ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଅନ୍ୟ ଜଣେ ହାଇକୋର୍ଟ ବିଚାରପତିଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking