28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଏଲଓସିରେ ୧୦୪ ଫୁଟ୍ ଉଚ୍ଚତାରେ ଉଡ଼ିଲା ତ୍ରିରଙ୍ଗା

ଏଲଓସିରେ ୧୦୪ ଫୁଟ୍ ଉଚ୍ଚତାରେ ଉଡ଼ିଲା ତ୍ରିରଙ୍ଗା

ଶ୍ରୀନଗର: ଭାରତୀୟ ସ୍ଥଳସେନା ପକ୍ଷରୁ ଜମ୍ମୁ-କଶ୍ମୀରର କୁପୱାଡାସ୍ଥିତ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ୧୦୪ ଫୁଟ ଉଚ୍ଚତାରେ ତ୍ରିରଙ୍ଗା ଉଡାଇବାର ବ୍ୟବସ୍ଥା କରାଯାଇଛି । ପାକ୍ ଅଧିକୃତ କଶ୍ମୀର (ପିଓକେ)ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ପତାକା ଉଡୁଛି ।

୧୫ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ମଙ୍ଗଳବାର ତ୍ରିରଙ୍ଗା ଉତ୍ତୋଳନ କରିଥିବା ଜଣାପଡିଛି । ଏହି ଅବସରରେ ସେନା ଓ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାବ୍ୟତୀତ ଲେଫ୍ଟନାଣ୍ଟ ଜେନେରାଲ ଘାଇ ‘ତ୍ରିରଙ୍ଗା କପ୍‌’ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking