29.1 C
Bhubaneswar
Saturday, July 27, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କଷ୍ଟ ମଣିଷକୁ ପରିବର୍ତ୍ତନ କରେ,କଷ୍ଟ ମଣିଷକୁ ଶକ୍ତିଶାଳୀ କରେ,ପ୍ରତିଟି କଷ୍ଟର ଅଭିଜ୍ଞତା ହିଁ ଆମ ପାଇଁ ଏକ ନୂତନ ଶିକ୍ଷା !!
କାହାର ଉପକାର କରିବା ପାଇଁ ସମ୍ପର୍କ ନୁହେଁ ନିଜ ଭିତରେ ଗୋଟିଏ ନିଃସ୍ବାର୍ଥ ମନ ଥିବା ଆବଶ୍ୟକ ।

ନିଜ ପିଲାଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବହୁତ ସ୍ନେହ କର ,ଛଅ ବର୍ଷରୁ ପନ୍ଦର ବର୍ଷ ପର୍ଯ୍ୟନ୍ତ କୋଠର ଅନୁଶୀଳନ ଓ ସଂସ୍କାର ଦିଅ,ଷୋହଳ ବର୍ଷରୁ ତାଙ୍କ ସହିତ ମିତ୍ରତା କର ।କାରଣ ଆପଣଙ୍କର ସନ୍ତାନ ହିଁ ଆପଣଙ୍କର ସବୁଠୁ ଭଲ ମିତ୍ର ଅଟେ ।

ମୃତ୍ୟୁ ” ଏମିତି ଜଣେ କୁଣିଆଁ
ଯାହା ଦୁଆରକୁ ଆସିଲେ ତାକୁ ଫେରେଇ ଦବାର କ୍ଷମତା ଏ ଦୁନିଆରେ କୌଣସି ଲୋକର ନାହିଁ ।

*ଯଦି କେହି ଜଣେ ପଚାରେ ତୁମର Best Friend କିଏ ? ମୁଁ କହିବି ” ଯିଏ କେବେ ବି ଅନ୍ୟ ପାଇଁ ମତେ Avoid କରିକରିବେ ନାହିଁ

ଯୋଗିନୀ ଅଗ୍ନିକୋଣେ । ରାତ୍ରି ଘ୯।୯ ଗତେ ନୈଋତେ । ଯାତ୍ରା ଦିବା ଘ୧୦।୧୩ ମଧ୍ୟେ ଶୁଭ | ଦିବା ଘ୧୦।୧୩ ମଧ୍ୟେ ଦେବତାଗଠନ, ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ସୂର୍ଯ୍ୟୋଦୟରୁ ଦିଘ୧୦।୧୩ ମଧ୍ୟେ ଉଗ୍ରଦେବତା ପ୍ରତିଷ୍ଠା । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସନ୍ଧ୍ୟା ଘ୬।୨ ଗତେ ଅଶ୍ବିନୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର ।ତୁଳା ଓ କୁମ୍ଭ ରାଶିର ଘାତବାର । ଦିବା ଘ୨।୧୭ ଗତେ ଘ୫।୧ ମଧ୍ୟେ କାଳ ଓ ବାରବେଳା ।ରାତ୍ରି ଘ୧୧।୩୩ ଗତେ ଘ୧।୧୧ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୯।୯ ଗତେ ପାଦ ଦୋଷ । ଫଳଂ ପଶୁ ହାନି । ଅନ୍ନ ଦାନ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶିମ୍ବିକା(ଶିମ୍ବ) ଭକ୍ଷଣ ନିଷେଧ ।

*(ଅମୃତ) – ଦିବା ଘ୭।୪୦ ମଧ୍ୟେ ଘ୨।୪ ଗତେ ଘ୩।୪୦ ମଧ୍ୟେ ରାତ୍ରି ଘ୫।୪୯ ଗତେ ଘ୯।୧ ମଧ୍ୟେ ଘ୧୧।୨୫ ଗତେ ଘ୨।୩୭ ମଧ୍ୟେ ଘ୩।୨୫ ଗତେ ଘ୫।୧ ମଧ୍ୟେ । (ମାହେନ୍ଦ୍ର
ରାଶି ଫଳ
ମେଷ: ସାମାଜିକ ସଂଗଠନରେ ଥିବା ଲୋକଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ଲେଖକ କୌଣସି ସମାରୋହ‌ରେ ସମ୍ମାନିତ ହେବ। ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ।

ବୃଷ: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। କୌଣସି ଧାର୍ମିକ ସମାରୋହରେ ସମ୍ମିଳିତ ହେବାର ସୁଯୋଗ ପାଇବେ। ବେପାରରେ ଯଥେଷ୍ଟ ଲାଭ ପାଇବେ।

ମିଥୁନ: ଦିନଟି ବହୁତ ଭଲ ରହିବ। ସରକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ବାଣିଜ୍ୟ ଛାତ୍ର କିଛି ନୂଆ ଶିଖିବେ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହେବେ। ଘର କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଆର୍ଥିକ ଲାଭ ହେବ।

ସିଂହ: ବେକାରଙ୍କୁ ରୋଜଗାରର ଅବସର ମିଳିବ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ। ଛାତ୍ରଙ୍କ ଲାଗି ସଫଳତାର ଦ୍ବାର ଖୋଲିବ।

କନ୍ୟା: ଭାବିଥିବା କାମ ଅତିଶୀଘ୍ର ପୂରା କରିନେବେ। କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ତୁଳା: ଜୀବନସାଥୀଙ୍କୁ ଧାର୍ମିକ ସ୍ଥାନକୁ ନେଇଯିବେ। ରାଜନୀତିକ ଲୋକଙ୍କୁ ସମ୍ମାନଜନକ ପଦ ମିଳିବ। ଛୋଟ ବେପାରୀଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।

ବିଛା: ବ୍ୟବସାୟ ମାନ୍ଦା ଧରିବ। ପଇସା ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ବିଚାରାଧୀନ ମକଦ୍ଦମା ଆପଣଙ୍କ ସପକ୍ଷରେ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ଧନୁ: ଯାତ୍ରା ଓ ଫିଲ୍ମ କଳାକାରଙ୍କ ଲାଗି ଦିନଟି ଲାଭଦାୟକ। ଭ୍ରମଣ ସୁଖଦ ହେବ। ଘରୋଇ ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କ କାମକୁ ପ୍ରଶଂସା ମିଳିବ।

ମକର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଜମି କିଣିବାକୁ ଚାହୁଥିଲେ ଭଲ ସଉଦା ମିଳିବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।

କୁମ୍ଭ: ଜୀବନରେ ନୂଆ ଉପଲବ୍ଧି ହାସଲ ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ନୂଆ ବ୍ୟବସାୟ ଆରମ୍ଭ ପାଇଁ ଦିନଟି ଭଲ।

ମୀନ: ଜମି ଦଲାଲଙ୍କୁ ଅଧିକ ଧନଲାଭ ହେବ। ସାରା ଦିନ ଆପଣଙ୍କ ଚେହେରାରେ ଖୁସି ବଜାୟ ରହିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ। ଛାତ୍ରଙ୍କ ଲାଗି ସଫଳତାର ଦ୍ବାର ଖୋଲିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking