17.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ଜେଲେନ୍‌ସ୍କି

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ଜେଲେନ୍‌ସ୍କି

ନୂଆଦିଲ୍ଲୀ : ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ଜାପାନ୍ ପ୍ରଧାନମନ୍ତ୍ରୀ ଫୋମିଓ କିଶିଦାଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମ୍ପର୍କରେ ୟୁକ୍ରେନ୍ ରାଷ୍ଟ୍ରପତି ଟ୍ୱିଟ୍ କରି ଜଣାଛନ୍ତି । ସେ କହିଛନ୍ତି ଯେ, ରୁଷର ନ୍ୟୁକ୍ଲିୟର ଆତଙ୍କବାଦ ସମ୍ପର୍କରେ ସେ ଦୀର୍ଘ ସମୟ ଧରି ଜାପାନ୍ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବିଶ୍ୱ ପ୍ରତି ବିପଦ ଥିବା ନେଇ ସେ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି ।
ଆକ୍ରମଣର ତୁରନ୍ତ ପରେ ୟୁକ୍ରେନ୍ ବିଦେଶ ମନ୍ତ୍ରୀ ଦିମିତ୍ରି କୁଲେବା କହିଛନ୍ତି ପ୍ଲାଣ୍ଟର ଚତୁର୍ଦ୍ଦିଗରୁ ରୁଷ୍ ସେନା ଗୁଳିଗୋଳା ବର୍ଷଣ କରିଥିଲେ । ଏହାର ୬ଟି ରିଆକ୍ଟର ମଧ୍ୟରୁ ଗୋଟିଏ ନିଆଁ ଲାଗି ଧ୍ୱଂସ ହୋଇଯାଇଛି । ଏଥିରେ ବିସ୍ଫୋରଣ ଘଟିଥିଲେ ଚେର୍ନୋବିଲ୍‌ଠାରୁ ୧୦ ଗୁଣ ଅଧିକ ବିପଜ୍ଜନକ ହେଇଥାନ୍ତା । ଅନ୍ୟପକ୍ଷରେ ଇଣ୍ଟରନ୍ୟାସ୍‌ନାଲ୍ ଆଟମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ) ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ‘ଆଇଏଇଏ ଜପୋରିଜିୟା ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ଆକ୍ରମଣ ସମ୍ପର୍କରେ ଅବଗତ ଅଛି ଏବଂ ୟୁକ୍ରେନ୍ ଅଧିକାରୀଙ୍କ ସହ ଲଗାତାର ସମ୍ପର୍କରେ ରହିଛି । ଆଇଏଇଏ ମହାନିର୍ଦ୍ଦେଶକ ରାଫେଲ୍ ମାରିୟାନୋ ଗ୍ରାସି ୟୁକ୍ରେନ୍ ପ୍ରଧାନମନ୍ତ୍ରୀ ଡେନିସ୍ ସ୍ମାୟଗଲ୍ ଏବଂ ୟୁକ୍ରେନ୍ ନ୍ୟୁକ୍ଲିୟର୍ ରେଗୁଲେଟର୍ ଓ ଅପରେଟର୍ ସହ ଏ ନେଇ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking