27.1 C
Bhubaneswar
Wednesday, June 26, 2024
Homeଅପରାଧବାଡ଼ିରେ ପିଟି ପିଟି ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ

ବାଡ଼ିରେ ପିଟି ପିଟି ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ

ରାଉରକେଲା : ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ କୋଇଡା ଥାନା ବନ୍ଦଲ ଗ୍ରାମରେ ଗତ କାଲି ରାତିରେ ଏକ ହତ୍ୟା କାଣ୍ଡ ଘଟିଛି । ଦୁଇ ଭାଇ ଓ ସାନଭାଇର ସ୍ତ୍ରୀ ମିଶି ବଡ଼ ଭାଇକୁ ବାଡ଼ିରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ,ବନ୍ଦଲ ଗ୍ରାମରେ ପାତ୍ରାସ ମୁଣ୍ଡା ଓ ତିନି ସାନ ଭାଇ ସହ ରହୁଥିଲେ । ବଡ଼ ଭାଇ ବିବାହ କରିନଥିବା ବେଳେ ସାନ ଭାଇ ସମା ମୁଣ୍ଡା କାହାକୁ କିଛି ନ କହି ଅନ୍ୟ ଏକ ଜାତିର ଝିଅକୁ ବାହା ହୋଇ ଘରକୁ ନେଇ ଆସିଲା । ବଡ଼ ଭାଇ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏହା ଭିତରେ ୪ମାସ ବିତିଯାଇଥିଲା । ସାନ ଭାଇ ସମା ମୁଣ୍ଡା,(୩୦)ତାର ସ୍ତ୍ରୀ ଯାତ୍ରୀ ମୁଣ୍ଡା (୨୭)ବଡ଼ ଭାଇ ଠାରୁ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା । ଗତ ୧୦ତାରିଖ ରାତିରେ ସମା ମୁଣ୍ଡା ବିରିକାର ମୁଣ୍ଡା, (୨୫)ସମାର ସ୍ତ୍ରୀ ଯାତ୍ରୀ ମୁଣ୍ଡା ତିନି ଜଣ ମିଶି ପାତ୍ରାସ ମୁଣ୍ଡାକୁ ବାଡ଼ିରେ ପିଟି ପିଟି ହତ୍ୟା କରି ଫେରାର ହୋଇଯାଇଥିଲେ । ଅନ୍ୟ ସାନ ଭାଇ ରବେଟ ମୁଣ୍ଡା କୋଇଡାରେ ରହୁଥିଲେ ଖବର ପାଇ ଆସି ବଡ଼ ଭାଇର ଅବସ୍ଥା ଦେଖି କୋଇଡା ପୋଲିସକୁ ଖବର ଦେଇଥିଲେ । କୋଇଡା ଆଇଆଇସି ଲୋକେଶ୍ୱର ସାହୁ , ଏସ୍‌ଆଇ ମନୋହର ପ୍ରଧାନ ସମେତ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁ ଜୁଡୁ ଅବସ୍ଥାରେ ଶବକୁ ଜବତ କରିଥିଲେ । ଘଟଣାରେ ସଂପୃକ୍ତ ଫେରାର ଥିବା ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରି ଥିବାବେଳେ ଯାତ୍ରୀ ମୁଣ୍ଡା ଫେରାର ଅଛି । କୋଇଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking