31.1 C
Bhubaneswar
Sunday, May 19, 2024
Homeଓଡିଶାସେଲଫି ନେବାବେଳେ ଖସି ପଡ଼ି ଯୁବକ ମୃତ

ସେଲଫି ନେବାବେଳେ ଖସି ପଡ଼ି ଯୁବକ ମୃତ

ସୁନ୍ଦରଗଡ଼ : ଖଣ୍ଡାଧାର ଜଳପ୍ରପାତରୁ ଖସିପଡ଼ି ନିଖୋଜ ଯୁବକଙ୍କ ମୃତଦେହ ମିଳିଛି । ଯୁବକ ଜଣକ ସେଲଫି ନେଉ ନେଉ ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ନିଖୋଜ ହୋଇଯାଇଥିଲେ। ଘଟଣାସ୍ଥଳରେ ଓଡ୍ରାଫ ଟିମ୍‌ ପହଞ୍ଚି ବହୁତ ଖୋଜା ଖୋଜା କରିଥିଲେ ମଧ୍ୟ ପାଇନଥିଲେ ହେଲେ ଦୀର୍ଘ ୧୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଓଡ୍ରାଫ ଟିମ୍‌ ଯୁବକଙ୍କ ମୃତ ଦେହ ଉପରଖଣ୍ଡାଧାରରେ ଠାବ କରିଛି ।

ତେବେ ଯୁବକଙ୍କ ଜଣକ ସୁନ୍ଦରଗଡ଼ କାଲଟା ଅଞ୍ଚଳର ଲୋପା ମୁଣ୍ଡା ବୋଲି ଜଣାପଡିଛି । ଲୋପା ମୁଣ୍ଡା ଓ ତାଙ୍କର ଜଣେ ସାଙ୍ଗ ଗତକାଲି ବରସୁଆଁରେ ଥିବା ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲେ । ଉଭୟେ ବରସୁଆଁ ନିକଟ ଖଣ୍ଡାଧାର ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଉପର ଖଣ୍ଡାଧାରରେ ରହି ସେଲଫି ନେଉଥିଲେ। ଏହି ସମୟରେ ୮୦୦ ରୁ ୯୦୦ମିଟର ତଳକୁ ଖସିପଡ଼ି ପଥରର କୋରଡ଼ରେ ରହିଯାଇଥିଲେ।

ଅନ୍ୟପକ୍ଷେ ଏକଥା ମଧ୍ୟ କୁହାଯାଉଛି, ଯୁବକ ଜଣକ ଗାଧୋଇବା ପରେ ପ୍ୟାଣ୍ଟ ପିନ୍ଧୁ୍‌ଥିବାବେଳେ ତାଙ୍କର ଗୋଡ ଖସି ଯାଇଥିଲା । ସେ ୮୦୦ରୁ ୯୦୦ ମିଟର ତଳକୁ ଖସିପଡ଼ି  ଜଳସ୍ରୋତରେ ନିଖୋଜ ହୋଇଯାଇଥିଲେ। ଯାହା ବି ହେଉ,  ଗତକାଲି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ହେଲେ ଲୋପାଙ୍କ ସନ୍ଧାନ ପାଇ ନ ଥିଲେ । ଦୀର୍ଘ ୧୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଓଡ୍ରାଫ ଟିମ୍‌ ଯୁବକଙ୍କ ମୃତ ଦେହ ଉପରଖଣ୍ଡାଧାରରେ ଠାବ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking