27.1 C
Bhubaneswar
Thursday, November 21, 2024
Homeଓଡିଶାଯୁବତୀଙ୍କ ସୁରକ୍ଷା ପାଇଁ ପୋଲିସ ନେଲା କୁଇକ୍ ଆକ୍ସନ

ଯୁବତୀଙ୍କ ସୁରକ୍ଷା ପାଇଁ ପୋଲିସ ନେଲା କୁଇକ୍ ଆକ୍ସନ

କେନ୍ଦୁଝର : ଟ୍ୱିଟ୍ ପରେ କୁଇକ୍ ଆକ୍ସନ । ସୋସିଆଲ୍ ମିଡିଆରେ ପୋଲିସକୁ ସୁରକ୍ଷା ନେଇ ସହାୟତା ମାଗିଲେ ଯୁବତୀ । ରାତି ୨ଟାରେ ଘରେ ପହଞ୍ଚିଲା ପୋଲିସ । ଅଭିଯୋଗ ପଚାରି ବୁଝିବା ସହ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ଯୁବତୀ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୋସିଆଲ୍ ମିଡିଆରେ ପୋଲିସକୁ ସହାୟତା ମାଗିଥିଲେ । ଏସମ୍ପର୍କିତ ଅଭିଯୋଗପତ୍ର ବି ଟ୍ୱିଟ୍‌ର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ସେ ଅଭିଯୋଗ କରିଥିଲେ, ସେନାରେ ଚାକିରି କରିଥିବା ଜଣେ ଯବାନ ତାଙ୍କୁ ମାସେ ହେବ ହଇରାଣ ହରକତ କରୁଛନ୍ତି । ସଂପୃକ୍ତ ଯୁବକ ଏବେ ଛୁଟିରେ ଆସିଛନ୍ତି । ବନ୍ଧୁକ ଓ ଭୁଜାଲୀ ଧରି ତାଙ୍କ ଘର ପାଖକୁ ଆସି ବାହା ହେବାକୁ ବାଧ୍ୟ କରୁଛନ୍ତି । ନହେଲେ ଜୀବନରେ ମାରି ଦେବା ସହ ଏସିଡ୍ ପକାଇ ଦେବାକୁ ଧମକ ଦେଉଛନ୍ତି ଯୁବକ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ରାତି ସାରା ଘର ଚାରିପଟେ ବୁଲୁଛନ୍ତି । ୧୫ ଦିନ ହେବ ଭୟରେ ସେ ଘର ଭିତରେ ବନ୍ଦୀ ଭଳି ରହୁଛନ୍ତି ବୋଲି କହିଛନ୍ତି ଯୁବତୀ । ଏନେଇ ଯୁବତୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଟ୍ୱିଟ୍ କରିଥିଲେ । ଏଥିରେ ପୋଲିସ ଡିଜି, କେନ୍ଦୁଝର ଏସପି ଓ ଗୃହ ବିଭାଗକୁ ଟ୍ୟାଗ୍ କରିଥିଲେ ଯୁବତୀ । ତାଙ୍କୁ ଓ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏହି ଟ୍ୱିଟ୍ ପରେ ପୋଲିସ ରାତି ୨ଟାରେ ତାଙ୍କ ଘରେ ପହଞ୍ଚିଥିଲା । ଘଟଣା ବିଷୟରେ ପଚାରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking