28.1 C
Bhubaneswar
Friday, September 20, 2024
Homeଓଡିଶାଟ୍ରେନ୍‌ରୁ ପଡ଼ି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଟ୍ରେନ୍‌ରୁ ପଡ଼ି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଫୁଲବାଣୀ: ଆନ୍ଧ୍ରପ୍ରଦେଶ ବିଜୟନଗରମ ଠାରେ ଟ୍ରେନ୍‌ରୁ ଖସିପଡ଼ି ଫୁଲବାଣୀ ନଦିଖଣ୍ଡି ସାହିର ମୋହନ ସାହୁ (୪୨)ଙ୍କ ମୃତ୍ୟୁ ଘଟିଛି । ସୁଚନା ଅନୁସାରେ ମୋହନ ତାଙ୍କ ପିତା ଓ ପରିବାର ସହ ତିରୁପତି ବୁଲିବା ପାଇଁ ଯାଇଥିଲେ । ଗତ ରବିବାର ବୁଲାବୁଲି ସାରି ଟ୍ରେନ୍ ଯୋଗେ ଫେରୁଥିବା ବେଳେ ସୋମବାର ମଧ୍ୟରାତ୍ରରେ ସମସ୍ତେ ଶୋଇଥିବା ବେଳେ ମୋହନ ପରିସ୍ରା କରିବା ପାଇଁ ଉଠି ଟ୍ରେନ୍‌ର ଶୌଚାଳୟକୁ ଯାଇଥିଲେ । ଶୌଚାଳୟରୁ ବାହାରି ନିଜ ବର୍ଥକୁ ଫେରିବା ବାଟରେ ଗେଟ ପାଖରେ ପଡିଥିବା ପାଣିରେ ତାଙ୍କର ଗୋଡ ଖସିଯିବାରୁ ସେ ଟ୍ରେନ୍ ବାହାରକୁ ଖସି ପଡିଥିଲେ । ଫଳରେ ଟ୍ରେନ୍‌ର ଟ୍ରାକ୍ ଭିତରେ ପଡି ଯାଇଥିଲେ ।

ଏହା ଦ୍ୱାରା ତାଙ୍କ ସମ୍ପୁର୍ଣ୍ଣ ଶରୀର ଛିନ୍ନବିଛିନ୍ନ ହୋଇ ଯାଇଛି । ଏହା ତାଙ୍କ ପରିବାର ଲୋକେ ଜାଣିବା ବେଳକୁ ଟ୍ରେନ୍‌ଟି ପ୍ରାୟ ୭୦ କିମି ଦୁରକୁ ଚାଲି ଯାଇଥିଲା । ପରିବାର ଲୋକେ ଟ୍ରେନ୍‌କୁ ଅଟକାଇ ଖୋଜାଖୋଜି କରିବା ବେଳକୁ ମୋହନ ବିଜୟନଗରମ ନିକଟରେ ପଡିରହିଥିବା ସୂଚନା ପାଇଲେ । ରେଳବାଇ ପୋଲିସ ଶବକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛନ୍ତି । ମୋହନଙ୍କର ସ୍ତ୍ରୀ ଏବଂ ଦୁଇଟି ପୁଅ ସମେତ ପିତା, ମାତ ଓ ଭାଇମାନେ ଫୁଲବାଣୀରେ ଅଛନ୍ତି । ମୋହନ ଜଣେ ମେଳାପି ଓ ମିଷ୍ଟଭାସି ଯୁବ ବ୍ୟବସାୟୀ ଥିଲେ । ତାଙ୍କର ଏହି ଆକସ୍ମିକ ମୃତ୍ୟୁରେ ତାଙ୍କ ପରିବାର ସମେତ ସମଗ୍ର ନଦିଖଣ୍ଡି ସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking