30.1 C
Bhubaneswar
Monday, May 20, 2024
Homeଅପରାଧମସଜିଦରେ ନାବାଳିକା ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ମସଜିଦରେ ନାବାଳିକା ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ଏକ ମସଜିଦରେ ନାବାଳିକା ସହ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଲଜ୍ୟାଜନକ ଘଟଣା ଉତ୍ତରପ୍ରଦେଶର ହମୀରପୁର ଠାରେ ଘଟିଛି । ମସଜିଦର ଇମାମ ଏହି ଦୁଷ୍କର୍ମ କରିଥିବା ଜଣାପଡିଛି । ମସଜିଦରେ ଉର୍ଦ୍ଦୁ-ଆରବୀ ପଢିବାକୁ ଆସିଥିବା ୧୧ ବର୍ଷୀୟ ନାବାଳିକା ସହ ଏପରି ଦୁଷ୍କର୍ମ ଘଟିଛି । ନାବାଳିକା ଜଣକ ରକ୍ତାକ୍ତ ହୋଇ ଘରେ ପହଁଚିବା ପରେ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କୁରାରା ନିବାସୀ ପିଡିତାଙ୍କ ପିତା କହିଛନ୍ତି ଯେ, ଝିଅ ବୁଧବାର ଦିନ ନିଜ ଭାଇ-ଭଉଣୀ ଏବଂ ଗାଁର କିଛି ପିଲାଙ୍କ ସହ ଗାଁର ମସଜିଦକୁ ପଢିବାକୁ ଯାଇଥିଲା ।

ସେଠାରେ ଥିବା ୩୦ ବର୍ଷୀୟ ଇମାମ ମୁନ୍ତଜିର ଆଲମ ଏହାରି ମଧ୍ୟରେ ଝିଅକୁ ନିଜ ରୁମକୁ ଡାକିନେଇ ତା ସହ ଏହି ଦୁଷ୍କର୍ମ କରିଥିଲେ । ଏହାରି ମଧ୍ୟରେ ନାବାଳିକା କାନ୍ଦି ଚିତ୍କାର କରିବାକୁ ଲାଗିଲା । ଝିଅର ଚିତ୍କାର ଶୁଣି ଅନ୍ୟ ପିଲା ସେହି କବାଟ ବଡାଇବାକୁ ଆରମ୍ଭ କଲା । ଏହି ସମୟରେ ଇମାମ ୧୧ ବର୍ଷୀୟ ନାବାଳିକାକୁ ଛାଡିଦେଇଥିଲେ । ଜବରଦସ୍ତି କରିବାରୁ ସେହି ନାବାଳିକା ରକ୍ତାକ୍ତ ହୋଇଯାଇଥିଲା । ଯେକୌଣସି ଭାବେ ଝିଅଟି ଘରେ ପହଁଚିଥିଲା ଏବଂ ପରିବାର ଲୋକେ ଏହି ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଶିଶୁକୁ ଡାକ୍ତରଖାନା ପଠାଯାଇ ଚିକିତ୍ସା କରାଯାଇଛି । ଏହାପରେ ଥାନାରେ ଅଭିଯୁକ୍ତଙ୍କ ନାମରେ ଏଫଆଇଆର ଦାଖଲ କରାଯାଇଥିଲା । ପୋଲିସ ଅଭିଯୁକ୍ତ ଇମାମକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking