29.1 C
Bhubaneswar
Wednesday, April 29, 2026
Homeଅପରାଧ୬୩ ବର୍ଷୀୟ ବୃଦ୍ଧାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ...

୬୩ ବର୍ଷୀୟ ବୃଦ୍ଧାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ରାଜସ୍ଥାନ : କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ଏବେ ପୁଣି ପୁଣି ସାମ୍ନାକୁ ଆସିଛି ଆଉ ଏକ ଲଜ୍ଜାଜନକ ଘଟଣା। ରାଜସ୍ଥାନରେ ଜଣେ ୬୩ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ୨ ଜଣ ବ୍ୟକ୍ତି। ସେମାନେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିବା ପରେ ଘରେ ଥିବା ୩୦ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ରାଜସ୍ଥାନର ସିରୋହି ଜିଲ୍ଲା ଅନ୍ତର୍ଗତ ଅବୁ ରୋଡ ନିକଟ ଗୋଟିଏ ଆଦିବାସୀ ବହୁଳ ଗାଁରେ ଏପରି ଘଟଣା ଘଟିଛି।

ଅଗଷ୍ଟ ୧୫ ତାରିଖରେ ବୃଦ୍ଧା ଜଣଙ୍କ ରୁଜୁ କରିଥିବା ଏଫଆଇଆରରେ କହିଛନ୍ତି ଯେ ଦୁଇ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଥିଲେ। ସେ ଘଟଣା ଦିନ ରାତିରେ ଏକାକୀ ଘର ଭିତରେ ଶୋଇଥିବା ବେଳେ ୨ ଜଣ ଯାକ ଧସେଇ ପଶିଥିଲେ। ସେମାନେ ପ୍ରଥମେ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ଘରେ ଥିବା ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ବୃଦ୍ଧା ଜଣଙ୍କ ତାଙ୍କ ଏଫଆଇଆରରେ ଦୁଇ ଜଣଙ୍କ ନାଁ ଉଲ୍ଲେଖ କରିଥିଲେ। ଏହାକୁ ଆଧାର କରି ପୁଲିସ୍‌ ଜଣଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking