30.1 C
Bhubaneswar
Monday, May 20, 2024
Homeଓଡିଶାଯୋଗ ଦିବସ ପାଳନ

ଯୋଗ ଦିବସ ପାଳନ

ଆଜି ବାଲ ଗୋପାଳ ସେବା ନିକେତନ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି । ଅତିଥି ଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ଏବଂ ଶିଶୁ ମାନଙ୍କ ଦ୍ଵାରା ବେଦମନ୍ତ୍ର ପାଠ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ସେବା ନିବୃତ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ମୁଣ୍ଡ, ଏବଂ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ,କଳାହାଣ୍ଡି ଶିଶୁ ମଙ୍ଗଲ ସମିତି ସଦସ୍ୟ ଶ୍ରୀ ସଞ୍ଜୟ କୁମାର , ଯୋଗ ଶିକ୍ଷକ ଶ୍ରୀ ସରୋଜ କୁମାର ନନ୍ଦ ଯୋଗ ଦାନ କରିଥିଲେ । ଅନ୍ତେବାସୀ ମାନେ ବିଭିନ୍ନ ଆସନ ଏବଂ ପ୍ରାଣାୟମ ଏ ବର୍ଷ ର ପ୍ରୋଟୋକଲ ଅନୁଯାୟୀ ପ୍ରଦର୍ଶନ କରି ଥିଲେ । ଅତିଥି ମାନେ ଆମ ଶରୀର ଏବଂ ମନ ଉପରେ ଯୋଗ, ଆସନ ଓ ପ୍ରାଣାୟାମର ପ୍ରଭାବ ସମ୍ବନ୍ଧରେ ଆଲୋଚନା କରିଥିଲେ। ଶ୍ରୀ ଅଶୋକ କୁମାର ମୁଣ୍ଡ ଯୋଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ , ଯୋଗ ର ଉତ୍ପତ୍ତି ଏବଂ ବିଶ୍ବବ୍ୟାପୀ ଏହାର ପ୍ରଚାର ପ୍ରସାର , ଦୈନଦିନ ଜୀବନରେ ଯୋଗ ର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ। ଶିଶୁ ମାନେ ମଧ୍ୟ ଯୋଗ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ଯୋଗ ଶିକ୍ଷକ ସରୋଜ ନନ୍ଦ ଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର , ଉପଢୌକନ ଦେଇ ସମ୍ମାନୀତ କରା ଯାଇ ଥିଲା । ବୈଦିକ ରାଷ୍ଟ୍ର ବନ୍ଦନା ଗାନ ଓ ସ୍ବସ୍ତି ପାଠ ପରେ କାର୍ଯ୍ୟ କ୍ରମ ସମାପ୍ତ ହୋଇଥିଲା । ଏହି କାର୍ଯକ୍ରମ ର ପରିଚାଳନା ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ହେମନ୍ତ ମୁଣ୍ଡ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking