18.1 C
Bhubaneswar
Friday, November 22, 2024
Homeଖେଳବିଡବ୍‌ଲ୍ୟୁଏଫ୍ ର‌୍ୟାଙ୍କିଙ୍ଗ୍‌: ଷୋଡ଼ଶ ସ୍ଥାନରେ ପ୍ରଣୟ

ବିଡବ୍‌ଲ୍ୟୁଏଫ୍ ର‌୍ୟାଙ୍କିଙ୍ଗ୍‌: ଷୋଡ଼ଶ ସ୍ଥାନରେ ପ୍ରଣୟ

ଲୌସେନ: ମଙ୍ଗଳବାର ବିଶ୍ୱ ବ୍ୟାଡ୍‌ମିଣ୍ଟନ୍ ମହାସଂଘ (ବିଡବ୍‌ଲ୍ୟୁଏଫ୍‌) ପକ୍ଷରୁ ସଦ୍ୟ ର‌୍ୟାଙ୍କିଙ୍ଗ୍ ପ୍ରକାଶ ପାଇଥିବା ବେଳେ ଏଥିରେ ଭାରତର ତାରକା ପୁରୁଷ ସିଙ୍ଗଲ୍ସ ଖେଳାଳି ଏଚ୍‌ଏସ୍ ପ୍ରଣୟ ଷୋଡ଼ଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ସେ ପୂର୍ବ ତୁଳନାରେ ୨ଟି ସ୍ଥାନରେ ଉନ୍ନତି ଘଟାଇ ଏହି ସ୍ଥାନରେ ପହଞ୍ଚିଛନ୍ତି । ଜାପାନ ଓପନ୍ ସୁପର୍ ୭୫୦ ଓ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିଥିବା ପ୍ରଣୟ ୬୪୩୩୦ ର‌୍ୟାଙ୍କିଙ୍ଗ୍ ପଏଣ୍ଟ୍ ହାସଲ କରିଛନ୍ତି । ଚଳିତ ସିଜନ୍‌ରେ ୩୦ ବର୍ଷୀୟ ପ୍ରଣୟ ଏହିସବୁ ପଏଣ୍ଟ୍ ୩୩ଟି ଟୁର୍ଣ୍ଣାମେଣ୍ଟ୍‌ରେ ଅଂଶଗ୍ରହଣ କରିବା ପରେ ପାଇଛନ୍ତି । ସେହିପରି ଅନ୍ୟତମ ଭାରତୀୟ ପୁରୁଷ ସିଙ୍ଗଲ୍ସ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱାଦଶ ସ୍ଥାନରେ ପହଞ୍ଚିଛନ୍ତି ।

ଯୁବ ଖେଳାଳି ଲକ୍ଷ୍ୟ ସେନ୍ ଭାରତୀୟ ପୁରୁଷ ଖେଳାଳିଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ନବମ ସ୍ଥାନରେ ଅଛନ୍ତି । ଅନ୍ୟପକ୍ଷରେ ଗତ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ଓ ଜାପାନ ଓପନ୍ ଖେଳି ନ ଥିବା ଦେଶର ଶୀର୍ଷ ମହିଳା ସିଙ୍ଗଲ୍ସ ଖେଳାଳି ପିଭି ସିନ୍ଧୁ ଗୋଟିଏ ସ୍ଥାନରେ ଉନ୍ନତି ଘଟାଇ ସପ୍ତମରେ ପହଞ୍ଚିଯାଇଛନ୍ତି । ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଥିବା ଅନ୍ୟତମ ମହିଳା ସିଙ୍ଗଲ୍ସ ଖେଳାଳି ସାଇନା ନେହ୍ୱାଲ୍ ୩ଟି ସ୍ଥାନ ଉପରକୁ ଉଠି ଶୀର୍ଷ ୩୦ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି । ଅନ୍ୟପକ୍ଷରେ ପୁରୁଷ ଡବଲ୍ସରେ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଥିବା ଚିରାଗ୍ ଶେଟ୍ଟୀ-ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ ଅଷ୍ଟମ ସ୍ଥାନରେ ଅପରିବର୍ତ୍ତିତ ରହିଛି । ଏହି ଯୋଡ଼ି ନିକଟରେ ୱାର୍ଲ୍ଡ ଚାମ୍ପିଅନ୍‌ଶପ୍‌ରେ ନିଜର ପ୍ରଥମ ବ୍ରୋଞ୍ଜ୍ ପଦକ ମଧ୍ୟ ହାସଲ କରିଛି । ମହିଳା ଡବଲ୍ସରେ ଅଶ୍ୱିନୀ ପୋନ୍ନାପ୍ପା-ଏନ୍ ସିକ୍କି ରେଡ୍ଡୀ ଯୋଡ଼ି ଗୋଟିଏ ସ୍ଥାନର ଅବନତି ଘଟାଇ ୨୮ତମ ସ୍ଥାନକୁ ଖସିଛନ୍ତି । ତେବେ ମିକ୍ସଡ ଡବଲ୍ସରେ ତନିଶା କ୍ରାଷ୍ଟୋ-ଈଶାନ୍ ଭଟ୍ଟନାଗର ଯୋଡ଼ି ୨ଟି ସ୍ଥାନରେ ଉନ୍ନତି ଘଟାଇ କ୍ୟାରିୟର୍‌ରେ ପ୍ରଥମ ଥର ପାଇଁ ୩୩ତମ ସ୍ଥାନରେ ପହଞ୍ଚିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking