ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠରେ ଥିବା ସମସ୍ତ ଜୀବ ଓ ଜନ୍ତୁଙ୍କର ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଏ। କିନ୍ତୁ ଏପରି କିଛି ଜୀବ ରହିଛନ୍ତି ଯେଉଁମାନଙ୍କର କେବେହେଲେ ମୃତ୍ୟୁ ହୋଇନଥାଏ। ସେମାନଙ୍କୁ ଅମର ରହିବାର ବରଦାନ ପ୍ରାପ୍ତ ହୋଇଥାଏ।ହି ଜୀବଙ୍କୁ ଜେଲିଫିସ୍ କୁହାଯାଏ। ଏହା ନିଜର ଅଜବ ଗୁଣ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏହା ଏକ ପ୍ରକାର ମାଛ ଅଟେ। ଦୁନିଆରେ ପ୍ରାୟ ୧୫୦୦ ପ୍ରଜାତିର ଜେଲିଫିସ୍ ରହିଛନ୍ତି। ଏହା ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି କିନ୍ତୁ ମନୁଷ୍ୟଙ୍କ ପାଇଁ ଏହା ବହୁତ ବିପଦପୂର୍ଣ୍ଣ ଅଟନ୍ତି। ଏମାନେ ନିଜ ଡଙ୍କ ସାହାଯ୍ୟରେ ମଣିଷଙ୍କୁ ଏକ ସେକେଣ୍ଡ ମଧ୍ୟରେ ମାରିପାରିବେ।
ଜେଲିଫିସ୍ ସମୁଦ୍ର ପାଣିର ଅତି ଗଭୀରରେ ରୁହନ୍ତି। ସେଠାରେ ସୂର୍ଯ୍ୟକିରଣ ପଡିନଥାଏ। ଏମାନଙ୍କ ଅସ୍ଥିତ୍ୱ ବହୁ ପୁରୁଣା ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି। ଏହା ଡାଇନୋସୋର ଯୁଗରୁ ରହିଥିବା ସୂଚନା ମିଳେ। ଏହି ମାଛର ଶରୀରରେ ୯୫ ପ୍ରତିଶତ ପାଣି ରହିଥାଏ। ଏହି ମାଛର ମସ୍ତିସ୍କ ନଥିବାରୁ ଏହା ନିକଟରେ ଅନେକ ଛୋଟବଡ ମାଛ ପହଁରୁଥାନ୍ତି। ଏହି ମାଛର ଓଜନ ୨୦୦ କେଜି ଯାଏଁ ହୋଇଥାଏ ଓ ଲମ୍ବ ୬ ଫୁଟ ଯାଏଁ ରହିଥାଏ।ଜେଲିଫିସକୁ କେବେ ମରୁ ନଥିବା ଜୀବ କୁହାଯାଏ। ଏହାକୁ ୨ ଭାଗ କରି କାଟିଦେଲେ ମଧ୍ୟ ଜେଲିଫିସ୍ ମରିନଥାଏ।