28.1 C
Bhubaneswar
Friday, October 18, 2024
Homeଖେଳୱାର୍ଲ୍ଡ କପ୍ ଷ୍ଟେଜ୍‌-୧ ଆର୍ଚେରୀ; ଜ୍ୟୋତି-ଓଜାସ୍ ଯୋଡ଼ିକୁ ସ୍ୱର୍ଣ୍ଣ

ୱାର୍ଲ୍ଡ କପ୍ ଷ୍ଟେଜ୍‌-୧ ଆର୍ଚେରୀ; ଜ୍ୟୋତି-ଓଜାସ୍ ଯୋଡ଼ିକୁ ସ୍ୱର୍ଣ୍ଣ

ଅନ୍ତଲ୍ୟା : ଏଠାରେ ଚାଲିଥିବା ୱାର୍ଲ୍ଡ କପ୍ ଷ୍ଟେଜ୍‌-୧ ଆର୍ଚେରୀ ପ୍ରତିଯୋଗିତାରେ ଶନିବାର ଭାରତକୁ ଏକ ସ୍ୱର୍ଣ୍ଣପଦକ ମିଳିଛି । କମ୍ପାଉଣ୍ଡ୍ ମିକ୍ସଡ ଟିମ୍ ଇଭେଣ୍ଟ୍‌ରେ ଏହି ପଦକଟି ଜ୍ୟୋତି ସୁରେଖା ଭେନ୍ନମ୍ ଓ ତାଙ୍କ ଡେବ୍ୟୁଟାଣ୍ଟ୍ ଯୋଡ଼ିଦାର ଓଜାସ୍ ଡିଓଟେଲ୍ ହାସଲ କରିଛନ୍ତି। ଏହି ଯୋଡ଼ି ଫାଇନାଲ୍ ମୁକାବିଲାରେ ଚାଇନିଜ୍ ତାଇପେଇକୁ ୧୫୯-୧୫୪ରେ ପରାସ୍ତ କରିଛନ୍ତି । ଏଥିସହ ଭାରତ ୱାର୍ଲ୍ଡ କପ୍‌ରେ ମିକ୍ସଡ କମ୍ପାଉଣ୍ଡ୍ ଇଭେଣ୍ଟ୍‌ରେ ନିଜର ଦ୍ୱିତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି ।

ଗତ ୨୦୨୨ରେ ପ୍ୟାରିସ୍‌ଠାରେ ଅନୁଷ୍ଠିତ ୱାର୍ଲ୍ଡ କପ୍ ଷ୍ଟେଜ୍‌-୩ରେ ଜ୍ୟୋତି ଓ ଭେଟେରାନ୍ ଅଭିଷେକ ବର୍ମା ସର୍ବପ୍ରଥମ ସ୍ୱର୍ଣ୍ଣପଦକଟି ଜିତିଥିଲେ । ଚଳିତ ସଂସ୍କରଣରେ ବର୍ମାଙ୍କ ଅନୁପସ୍ଥିତି ସତ୍ତ୍ୱେ ଜ୍ୟୋତି ଓ ଓଜାସ୍ ନିଜ ପ୍ରଦର୍ଶନରେ କଦାପି ଦୁର୍ବଳ ପରିଲକ୍ଷିତ ହୋଇ ନଥିଲେ । ଏପରିକି ଉଭୟ ୧୬ ଥରରୁ ୧୫ ଥର ସେଣ୍ଟର୍ ପଏଣ୍ଟ୍‌କୁ ହିଟ୍ କରିବାରେ ସକ୍ଷମ ହୋଇଥିଲେ । ଫଳସ୍ୱରୂପ ସେମାନେ ଦ୍ୱାଦଶ ସିଡ୍ ପ୍ରତିଦ୍ୱନ୍ଦ୍ୱୀ ଯୋଡ଼ିକୁ ପରାସ୍ତ କରିପାରିଥିଲେ । ଫାଇନାଲ୍‌ରେ ଦ୍ୱିତୀୟ ସିଡ୍ ଭାରତୀୟ ଯୋଡ଼ି ଜ୍ୟୋତି-ଓଜାସ୍ ମାତ୍ର ଗୋଟିଏ ପଏଣ୍ଟ୍ ହରାଇଥିଲେ । ନଚେତ୍ ଏହି ଯୋଡ଼ି ପାଖରେ ୧୬୦ରୁ ଶତପ୍ରତିଶତ ପଏଣ୍ଟ୍ ଜିତିବାର ସୁଯୋଗ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking