30.1 C
Bhubaneswar
Sunday, March 8, 2026
Homeଦେଶ ବିଦେଶବିଳମ୍ବ ହେଲେ ବି କାର୍ଯ୍ୟ ସିଦ୍ଧି - ମୁଖ୍ୟମନ୍ତ୍ରୀ

ବିଳମ୍ବ ହେଲେ ବି କାର୍ଯ୍ୟ ସିଦ୍ଧି – ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯୋଜନାକୁ ଲାଗୁ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଅଶ୍ୱିନ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ନୂଆ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି – ଓଡିଶା ପାଇଁ ଏହା ଏକ ଐତିହାସିକ ଦିନ । ଏଥିପାଇଁ ବହୁ ଦିନ ଧରି ଅପେକ୍ଷା ରହିଥିଲା । ସମୟ ପରିବର୍ତ୍ତନ ଆଣିଦେଇଛି । ବିଳମ୍ବ ହୋଇଛି ସତ, ହେଲେ କାର୍ଯ୍ୟ ସିଦ୍ଧି ହୋଇଛି । ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। ଆୟୁଷ୍ମାନ ଭାରତ ମନ୍ଦିରରେ ଜଣେ ଯୋଗ ଶିକ୍ଷକ ରହିବେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେବୁ। ୨୦୧୮ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଲାଗୁ କରାଗଲାଣି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking