26.1 C
Bhubaneswar
Tuesday, September 17, 2024
Homeଖେଳୱିମେନ୍ସ ପ୍ରିମିୟର୍ ଲିଗ୍‌: ୪୬୭୦ କୋଟିରେ ବିକ୍ରିହେଲା ୫ ଟିମ୍‌

ୱିମେନ୍ସ ପ୍ରିମିୟର୍ ଲିଗ୍‌: ୪୬୭୦ କୋଟିରେ ବିକ୍ରିହେଲା ୫ ଟିମ୍‌

ମୁମ୍ବାଇ: ୱିମେନ୍ସ ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍‌) ପାଇଁ ପାଞ୍ଚ ଟିମ୍‌ର ନିଲାମ ଶେଷ ହୋଇଛି । ବୁଧବାର ବିସିସିଆଇ ନିଲାମରେ ସଫଳତା ହାସଲ କରିଥିବା ଟିମ୍‌ର ନାମ ଘୋଷଣା କରିଛି । ଏହି ନିଲାମରୁ ବୋର୍ଡ ମୋଟ ୪୬୬୯.୯୯ କୋଟି ଟଙ୍କା ଆୟ କରିଛି । ଅହମ୍ମଦାବାଦ ଫ୍ରାଞ୍ଚାଇଜ୍ ସର୍ବାଧିକ ୧୨୮୯ କୋଟି ଟଙ୍କାରେ ନିଲାମ ହୋଇଛି । ଅଦାନୀ ଗ୍ରୁପ୍‌ର ଅଦାନୀ ସ୍ପୋର୍ଟ୍ସଲାଇନ୍ ଏହି ଫ୍ରାଞ୍ଚାଇଜ୍‌କୁ କିଣିଛି । ସେହିପରି ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମାଲିକ ଇଣ୍ଡିଆନ୍‌ୱିନ୍ ସ୍ପୋର୍ଟ୍ସ ପ୍ରା.ଲିଃ, ରୟାଲ୍ ଚାଲେଞ୍ଜର୍ସ ସ୍ପୋର୍ଟ୍ସ ପ୍ରା.ଲିଃ, ଜେଏସ୍‌ଡବ୍ଲ୍ୟୁ ଜିଏମ୍‌ଆର୍ କ୍ରିକେଟ୍ ପ୍ରା.ଲିଃ ଯଥାକ୍ରମେ ୯୧୨.୯୯ କୋଟି, ୯୧୦ କୋଟି ଏବଂ ୮୧୦ କୋଟି ଟଙ୍କାରେ ଯଥାକ୍ରମେ ମୁମ୍ବାଇ, ବାଙ୍ଗାଲୋର ଏବଂ ଦିଲ୍ଲୀ ଫ୍ରାଞ୍ଜାଇଜ୍ ଟିମ୍ କିଣିଛନ୍ତି ।

ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌କୁ କାପ୍ରି ଗ୍ଲୋବାଲ୍ ହୋଲ୍‌ଡିଂସ୍ ପ୍ରା.ଲିଃ ୭୫୭ କୋଟି ଟଙ୍କାରେ ହାତେଇଛି । ଚଳିତ ମାସ ପ୍ରାରମ୍ଭରେ ବିସିସିଆଇ ଲିଗ୍‌ର ମିଡିଆ ରାଇଟ୍ସ ପାଞ୍ଚବର୍ଷ ପାଇଁ ଭାଇକମ୍ ୧୮କୁ ୯୫୧ କୋଟି ଟଙ୍କାରେ ବିକିଥିଲା । ୱିମେନ୍ସ ପ୍ରିମିୟର୍ ଲିଗ୍‌ର ଉଦ୍‌ଘାଟନୀ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚରେ ଖେଳାଯିବାର ଅଛି । ଏଥିପାଇଁ ଫେବୃଆରୀରେ ଖେଳାଳି ନିଲାମ କରାଯିବ । ୧୫ ବର୍ଷ ପୂର୍ବେ ୨୦୦୮ରେ ବିସିସିଆଇ ପୁରୁଷ ଆଇପିଏଲ୍ ପାଇଁ ଆଠ ଟିମ୍‌ର ନିଲାମ କରିଥିଲା । ଏଥିରୁ ବୋର୍ଡକୁ ସେତେବେଳେ ୭୨.୩୫ କୋଟି ଡଲାର ମିଳିଥିଲା । ବର୍ତ୍ତମାନ ହିସାବରେ ଏହା ୫,୯୦୭ କୋଟି ଟଙ୍କା ହେବ । ଇତିମଧ୍ୟରେ ଅଦାନୀ ଗ୍ରୁପ୍ ମାଲିକ ଗୌତମ ଅଦାନୀ ନିଜ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍ ଟିମ୍‌ର ନାମକରଣ ଗୁଜରାଟ ଜାଏଣ୍ଟ୍‌ସ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking