ଭୁବନେଶ୍ୱର: ସରକାରଙ୍କର ଶକ୍ତିଶ୍ରୀଙ୍କୁ କାଉଣ୍ଟର କରିବ କଂଗ୍ରେସର ନାରୀ ନ୍ୟାୟ । କଂଗ୍ରେସ ଭବନରେ ମହିଳା ହିଂସାକୁ ନେଇ ଆଜିଠାରୁ ଖୋଲିଲା ୨୪ ଘଣ୍ଟିଆ ମହିଳା ଅଭିଯୋଗକାର ପ୍ରକୋଷ୍ଠ । ପ୍ରକଳ୍ପକୁ ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଏବଂ କଂଗ୍ରେସ ମହିଳା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି । କୌଣସି ମହିଳା ନିର୍ଯାତନାର ଶିକାର ହେଲେ womenscellodishapcc@gmail.com ଇମେଲ କରି କିମ୍ବା କ୍ୟୁଆର କୋଡ ସ୍କାନ କରି ଅଭିଯୋଗ କରିପାରିବେ । କଂଗ୍ରେସର ଟିମ ଯାଇ ପୀଡିତାଙ୍କୁ ଭେଟିବ ଓ ତାଙ୍କୁ ନୟାୟ ଦେବା ପାଇଁ ସରକାର ଓ ପୁଲିସ ଉପରେ ଚାପ ପକାଇବ । ଆସନ୍ତାକାଲି ଠାରୁ ଏହି ଆପ କାଯ୍ୟକାରୀ କରିବ ଖୁବ ଶୀଘ୍ର ଟୋଲ ଫ୍ରି ନମ୍ବର ଜାରି ହେବ ।









